ମଦ ଜବତ, ଜଣେ ଗିରଫ
ନୂଆପଡା : ନୂଆପଡା ଜିଲ୍ଲା ଅନ୍ତର୍ଗତ ଖରିଆ ସହରରେ ପେଟ୍ରୋଲିଂ ହୋଇଥିବାବେଳେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବିଦେଶୀ ମଦ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କାରାଯାଇଥିବା ଜଣାପଡିଛି । ପ୍ରକାଶ ଯେ, ଜିଲ୍ଲା ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନଙ୍କ ନିଦେ୍ର୍ଦଶକ୍ରମେ ନୂଆପଡା ଅବକାରୀ ଥାନା ଅଧିକାରୀ ସଚଳା ପାଢ଼ୀ ଏବଂ ତାଙ୍କ ସହକର୍ମୀ ଅବକାରୀ ସିପାହୀ କ୍ଷେତ୍ରମଣି ବାଗ, ସଞ୍ଜୀବ ସାହୁ ତଥା ଅନ୍ୟ ବିଭାଗୀୟ କର୍ମଚାରୀମାନଙ୍କ ସହ ଜୋଙ୍କ ଥାନା ଅନ୍ତର୍ଗତ ଖରିଆର ରୋଡ ସହରରେ ପେଟ୍ରୋଲିଂ କରୁଥିବା ସମୟରେ କପିଲ ପ୍ରସାଦ ଗୁପ୍ତା (୪୭) ଘର ମଦନପୁର ଜିଲ୍ଲା ଔରଙ୍ଗାବାଦ (ବିହାର) ଏକ କଳାରଙ୍ଗର ମୋଟର ସାଇକେଲ ଓଡ଼ି -୨୬- ଜି-୫୫୬୮ ଯୋଗେ ଗୋଟିଏ ଜରି ବସ୍ତାରେ ବିୟର ଓ ବିଦେଶୀ ମଦ ନେଉଥିବାବେଳେ ଖରିଆର ରୋଡ ରେଳୱେ ଫାଟକ ସମ୍ମଖରେ ଅଟକାଇ ୧୯.୮୦୦ ଲିଟର ବିୟର ଏବଂ ୪.୫୦୦ ଲିଟର ତିଆରି ବିଦେଶୀ ମଦ ଜବତ କରିଥିଲେ । ଏଥିସହିତ ତାଙ୍କ ନାଁରେ ଏକ ଅବକାରୀ କେସ୍ ନଂ ୮୧/୨୯ ୨୫-୨୬ ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି ।