ସ୍ୱାଗତ ଓ ବିଦାୟ ସମ୍ବର୍ଦ୍ଧନା ସଭା

 ନୂଆପଡା : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଖଡ଼ିଆଳ ଠାରେ କାର୍ଯ୍ୟରତ  ପ୍ରଧାନ ଗୁରୁଜୀ ସନାତନ ମିଶ୍ରଙ୍କ ଅନ୍ୟତ୍ର ବଦଳି ଯୋଗୁଁ ତାଙ୍କୁ ବିଦାୟ ଦେବା ସହ ନୂତନ ଭାବେ ଯୋଗ ଦେଇଥିବା ପ୍ରଧାନ ଗୁରୁଜୀ ଜଗଦୀଶ ପୁଟେଲଙ୍କ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଅବସରରେ ଜିଲ୍ଲା ପ୍ରମୁଖ ଧ୍ରୁବ ପାତ୍ର, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର କର୍ମୀ, ସଭାପତି ଲୋହିତାକ୍ଷ ଯୋଷୀ, ଉପସଭାପତି ଆଦିତ୍ୟ ମହାଉତୀ ଉଭୟ ପ୍ରଧାନ ଆଚାର୍ଯ୍ୟଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସ୍ମୃତି ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଯୁଗ୍ମ ସମ୍ପାଦକ ଗୌରାଙ୍ଗ ସାହୁ ମାନପତ୍ର ପଠନ କରିଥିଲେ । ସଦସ୍ୟା ଝୁନି ଚଲାନ ଧନ୍ୟବାଦ ଅର୍ପଣ କରିଥିଲେ । ଶୈକ୍ଷିକ ପ୍ରମୁଖ ଟୁନା ରଞ୍ଜନ ହଂସ ଅତିଥିମାନଙ୍କ ପରିଚୟ ପ୍ରଦାନ, ରବୀନ୍ଦ୍ର ସାହୁ ନିଜ ଅନୁଭୂତି କଥନ କରିଥିଲେ ଏବଂ ବୀଣାପାଣି ଦର୍ଜୀ ମଞ୍ଚ ପରିଚାଳନା କରିଥିଲେ । ମାତୃଭାରତୀ ସଦସ୍ୟାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।