ପରିମଳ ବ୍ୟବସ୍ଥା ନେଇ ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା

 ନବରଙ୍ଗପୁର : ପୌରସଂସ୍ଥାର ନିର୍ବାହୀ ଅଧିକାରୀ ଡ. ଅଶୋକ କୁମାର କର୍ଣ୍ଣଙ୍କୁ ଜିଲ୍ଲା ନାଗରିକ କମିଟି ପକ୍ଷରୁ ପୂର୍ବରୁ ଦିଆଯାଇଥିବା ସ୍ମାରକପତ୍ରର ପରବର୍ତ୍ତୀ ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧରେ ସଭାପତି ଜଗନ୍ନାଥ ମହାପାତ୍ରଙ୍କ ସହ ସମ୍ପାଦକ ରାମପ୍ରସାଦ ପାତ୍ର, କିଶୋରୀ ପଟ୍ଟନାୟକ, ତପନ କୁମାର ବିଷୋୟୀ, ସୁବ୍ରତ ବେହେରା, ପ୍ରଦୀପ କୁମାର ସାହୁ ଓ ଶ୍ରୀନିବାସ ପାତ୍ର ପ୍ରମୁଖ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲେ । ଉକ୍ତ ସ୍ମାରକପତ୍ରରେ ନବରଙ୍ଗପୁର ପୌରାଞ୍ଚଳର ୧୭ ଟି ୱାର୍ଡର ନାଳ ନର୍ଦ୍ଦମାର ମରାମତି, ରାସ୍ତା ଘାଟର ନିର୍ମାଣ ଓ ଡମ୍ପିଂ ୟାର୍ଡର ଅବ୍ୟବସ୍ଥା ସମ୍ବନ୍ଧରେ ଉଲ୍ଲେଖ କରାଯାଇଥିଲା ।  ଏବଂ ସେ ଆଗାମୀ କାଉନସିଲ ବୈଠକରେ ନିଶ୍ଚିତ ଭାବେ ଉପସ୍ଥାପିତ କରି ସମସ୍ତ ସମସ୍ୟାର ପ୍ରତିକାର କରାଯିବ ବୋଲି କହିଥିଲେ । ପାଇଖାନା ସଫେଇ ଯାନ ପାଇଁ ପୌରସଂସ୍ଥା ଅତ୍ୟଧିକ ଦେୟ ନେଉଥିବା ଅଭିଯୋଗର ଉତ୍ତ ରେ ନିର୍ବାହୀ ଅଧିକାରୀ କହିଛନ୍ତି ଯେ, ଆଗାମୀ ଦିନରେ ସରକାରୀ ଧାର୍ଯ୍ୟ ଦର ହିଁ ନିଆଯିବ ।