ବିଧାନସଭାରେ ତୂରୀ ଫୁଙ୍କି, ଘଣ୍ଟା ବାଡେଇ କଂଗ୍ରେସର ପ୍ରତିବାଦ
ଭୁବନେଶ୍ୱର : ଶୁକ୍ରବାର ବିଧାନସଭା ଆରମ୍ଭରୁ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ନାରୀ ସୁରକ୍ଷା ପ୍ରସଙ୍ଗରେ ଘଣ୍ଟ ବାଡ଼େଇ ଜୋରଦାର ପ୍ରତିବାଦ କରିଛି କଂଗ୍ରେସ । କଳା ଡ୍ରେସ ପିନ୍ଧି ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ବିଧାୟକମାନେ ସ୍ଲୋଗାନ ଦେବା ସହିତ ଘଣ୍ଟ ବାଡେଇ, ତୁରୀ ଫୁଙ୍କି ପ୍ରତିବାଦ କରିଥିଲେ। ଫଳରେ ପ୍ରବଳ ହଟ୍ଟଗୋଳ ଯୋଗୁ ସାଢ଼େ ୧୧ ଯାଏଁ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି।