ହାଇଓ୍ବାକୁ ପିଟିଲା ବାଇକ୍: ନାବାଳକ ମୃତ, ୩ ଗୁରୁତର

ହାଇଓ୍ବାକୁ ପିଟିଲା ବାଇକ୍: ନାବାଳକ ମୃତ, ୩ ଗୁରୁତର

ପାଟଣାଗଡ଼ - ଗାଇସିଲାଟ ରାସ୍ତାରେ ଥିବା ଘସିଏନ ଓ ଲରମ୍ଭା ମଧ୍ୟରେ ସଡକ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୩ ଗୁରୁତର ହୋଇଥିବା ଜଣାପଡିଛି । ଲରମ୍ଭା ଥାନା ବାଘମୁଣ୍ଡ ଗାଁକୁ ଗୋଟିଏ ବାଇକରେ ୪ଜଣ ଯାଉଥିଲେ । ଯିବା ବାଟରେ ଘସିଏନ ଓ ଲରମ୍ଭା ମଧ୍ୟରେ ବାଇକ୍ ଭାରସାମ୍ୟ ହରାଇ ଏକ ହାଇଓ୍ବାକୁ ପିଟି ଦେଇଥିଲା । ଫଳରେ ବାଇକରେ ବସିଥିବା ଏକ ନାବାଳକର ମୃତ୍ୟୁ ଘଟିଥିବା ବେଳେ ବାଇକରେ ବସିଥିବା ଅନ୍ୟ ୩ ଗୁରୁତର ହୋଇ ପଡିଥିବା ଜଣାପଡିଛି । ବର୍ତ୍ତମାନ ସେମାନଙ୍କୁ ଉଦ୍ଧାର କରା ଯାଉଥିବା ଜଣାଯାଇଛି ।

ସୂଚନା ଅନୁଯାୟୀ, ଲରମ୍ଭା ଥାନା ବାଘମୁଣ୍ଡ ଗାଁକୁ ଗୋଟିଏ ବାଇକରେ ୪ଜଣ ଯାଉଥିଲେ। ଯିବା ବାଟରେ ଘସିଏନ ଓ ଲରମ୍ଭା ମଧ୍ୟରେ ବାଇକ୍ ଭାରସାମ୍ୟ ହରାଇ ଏକ ହାଇଓ୍ବାକୁ ପିଟି ଦେଇଥିଲା । ଫଳରେ ବାଇକରେ ବସିଥିବା ଏକ ନାବାଳକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଗୁରୁତର ହୋଇ ପଡିଥିବା ଜଣାପଡିଛି । ବର୍ତ୍ତମାନ ସେମାନଙ୍କୁ ଉଦ୍ଧାର କରାଯାଉଥିବା ଜଣାଯାଇଛି ।