ୟୁପି ସ୍କୁଲର ବାର୍ଷିକୋତ୍ସବ 

 ବନ୍ତ : ରାମପୁର ପଞ୍ଚାୟତ କୌଶଲ୍ୟା ସରକାରୀ ଉ.ପ୍ରା ବିଦ୍ୟାଳୟର ବାର୍ଷିକ ଉସôବ ଓ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇଯାଇଛି! ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ବିଶ୍ୱନାଥ ଦୀକ୍ଷିତ, ମୁଖ୍ୟବକ୍ତା ପ୍ରାକ୍ତନ ଅତିରିକ୍ତ ଶିକ୍ଷାଅଧିକାରୀ ନିଗମାନନ୍ଦ ମିଶ୍ର, ସମ୍ମାନିତଅତିଥି ଶିକ୍ଷାବିତ୍ ସୋମନାଥ ସୂତାର, ପ୍ରଧାନ ଶିକ୍ଷକ ଶରତ କୁମାର ନାୟକ, ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ସନ୍ତୋଷ କୁମାର ମଲ୍ଲିକ, ପ୍ରାକ୍ତନ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ସୁଧୀର କୁମାର ରାଉତ, ଶିକ୍ଷକ ଅନିରୁଦ୍ଧ ମଙ୍ଗଳ, ସମିତିସଭ୍ୟ ମୁନିମୁଣ୍ଡା, ପରିଚାଳନା କମିଟି ସଭାପତି ବିଜେନ୍ଦ୍ର ବେହୁରିଆ ଯୋଗଦେଇ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ କ୍ରୀଡ଼ା ହେବା ଫଳରେ ପିଲାଙ୍କ ଉତ୍ସାହ ବୃଦ୍ଧି ପାଇବା ସହିତ ଉତ୍ତମ ସ୍ୱାସ୍ଥ୍ୟ ଗଠନରେ ସହାୟକ ହୋଇଥାଏ ବୋଲି କହିଥିଲେ । ଶିକ୍ଷକ ନରେନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, ମନୋରଞ୍ଜନ ମଲ୍ଲିକ ବାର୍ଷିକ ବିବରଣୀ ପାଠ କରିଥିଲେ । କଳା ଶିକ୍ଷକ ଅଶୋକ ପହି ଧନ୍ୟବାଦ ଅର୍ପଣ କରିଥିଲେ । ବାର୍ଷିକ କ୍ରୀଡ଼ାରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ସୁଦାମ ଚରଣ ଦାସ, ମନୋରମା ପାଢ଼ୀ, ପ୍ରକାଶ ଚନ୍ଦ୍ର ଜେନା, ଦେବବ୍ରତ ପାଢ଼ୀ, ଗଦାଧର ମହାପାତ୍ର, ଅକ୍ଷୟ ଦାସ, ସସ୍ମିତା ସାହୁ, ଅନୁପମା ବିଶ୍ୱାଳ, ପ୍ରିୟଙ୍କା ମଲ୍ଲିକ, ଜୟନ୍ତୀ ମଲ୍ଲିକ, ଗୌରୀରାଣୀ ବେହେରା, ଦେବେନ୍ଦ୍ର ଦେହୁରୀ, ସନ୍ତୋଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।