ସିୱେଜ୍ ସିପିଙ୍ଗ କର୍ମଚାରୀଙ୍କ ଧର୍ମଘଟକୁ କଂଗ୍ରେସର ସମର୍ଥନ
ପାରାଦୀପ: ପାରାଦୀପ ବନ୍ଦରରେ ପଣ୍ୟ କାରବାର କରୁଥିବା ସିୱେଜ ସିପିଙ୍ଗ ଆଣ୍ଡ ଲଜିଷ୍ଟିକ୍ସ କମ୍ପାନୀ ଲିମିଟେଡ୍ ପାରାଦୀପରେ ପଣ୍ୟ କାରବାର କରିବା ଦିନଠାରୁ ସବୁବେଳେ ଚର୍ଚ୍ଚାରେ ରହି ଆସିଛି । ଡମ୍ପର ମାଲିକମାନଙ୍କୁ ଡମ୍ଫର ଭଡା ନଦେବାରୁ ବାରମ୍ବାର ଡମ୍ଫର ମାଲିକ ସଂଘ ଧାରଣା ଦେଇଛନ୍ତି । ଅପରପକ୍ଷରେ କମ୍ପାନୀ ତାର ନିଜ କର୍ମଚାରୀମାନଙ୍କୁ ଦୀର୍ଘ ଦିନ ହେବ ଦରମା ଦେଉନାହିଁ । ଯାହାର ପ୍ରତିବାଦରେ କର୍ମଚାରୀମାନେ ୧୨ ଦିନ ହେବ ଧାରଣା ଦେଇଛନ୍ତି । କମ୍ପାନୀରେ କାମ କରୁଥିବା ୨୧ ଜଣ ଶ୍ରମିକ ଦରମା ନପାଇ କମ୍ପାନୀ ଗେଟ୍ ଆଗରେ ଧାରଣାରେ ବସିଛନ୍ତି । କମ୍ପାନୀ ର୍କୃପକ୍ଷ ଏହି ଧାରଣାରତ ଶ୍ରମିକଙ୍କୁ ଦରମା ଦେବାତ ଦୂରର କଥା ସ୍ଥାନୀୟ ଅଧିକାରୀ ସେମାନଙ୍କୁ ସୌଜନ୍ୟତାର ସହିତ ଭେଟିବାକୁ ଆସୁ ନାହାନ୍ତି । ସିୱେଜ୍ ସିପିଙ୍ଗ ଆଣ୍ଡ ଲଜିଷ୍ଟିକ୍ସ କମ୍ପାନୀ ଲିମିଟେଡ୍ର ଧାରଣାରତ ଶ୍ରମିକମାନେ ବିଭିନ୍ନ ସ୍ଥରରେ ଦାବି ଜଣାଇଥିଲେ ବି କୌଣସି ଫଳ ମିଳିନାହିଁ । ବାଧ୍ୟହୋଇ ଧାରଣାରତ ଶ୍ରମିକମାନେ ପାରାଦୀପ ନଗର କଂଗ୍ରେସ୍ ନେତାମାନଙ୍କୁ ଭେଟି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ । ରବିବାର ଦିନ ପାରାଦୀପ କଂଗ୍ରେସ୍ ନେତା ନିରଂଜନ ନାୟକ, ନଗର କଂଗ୍ରେସ୍ ସଭାପତି କେଦାର ବିଶ୍ୱାଳଙ୍କ ସମେତ ବହୁ କଂଗ୍ରେସ୍ ନେତା ଧାରଣାସ୍ଥଳରେ ପହଞ୍ଚô ଧାରଣାରତ ୨୧ କର୍ମଚାରୀଙ୍କୁ ସମର୍ଥନ ଜଣାଇଥିଲେ । ଆଗାମୀ ୧୦ ଦିନ ମଧ୍ୟ ଯଦି ସିଜେଇ ସିପିଙ୍ଗ ଆଣ୍ଡ ଲଜିଷ୍ଟିକ୍ସ କମ୍ପାନୀ ଏହି କର୍ମଚାରୀମାନଙ୍କୁ ସେମାନଙ୍କ ବକେୟା ଦରମା ପ୍ରଦାନ ନକରେ ତେବେ ନଗର କଂଗ୍ରେସ୍ ଏହି ଆନେ୍ଦାନକୁ ଜେରାଦାର କରିବ ବୋଲି କହିଛନ୍ତି କଂଗ୍ରେସ୍ ନେତା ନିରଂଜନ ନାୟକ । ଓଡିଶା ପ୍ରଗତିର ମୁଖଶାଳା ପାରାଦୀପରେ ଅଣଓଡିଆ କମ୍ପାନୀମାନେ ଅଣଓଡିଆ ଶ୍ରମିକମାନଙ୍କୁ ଆଣି କାମ କରୁଛନ୍ତି । ଓଡିଆ ଶ୍ରମିକମାନଙ୍କୁ ଦରମା ନଦେଇ ନାନା ହଇରାଣ ହରକତ କରୁଛନ୍ତି ଯାହାର ଏକ ବଡ ନମୁନା ସିୱେଜ୍ ସିପିଙ୍ଗ ଆଣ୍ଡ ଲଜିଷ୍ଟିକ୍ସ କମ୍ପାନୀ ବୋଲି କହିଛନ୍ତି ନଗର କଂଗ୍ରେସ୍ ସଭାପତି କେଦାର ବିଶ୍ୱାଳ । ପ୍ରକାଶଥାଉକି, ଦୁଇ ଦିନ ପୂର୍ବ ସିୱେଜ୍ ସିପିଙ୍ଗ ଆଣ୍ଡ ଲଜିଷ୍ଟିକ୍ସ କମ୍ପାନୀର ଲାଇମ୍ ଷ୍ଟୋନ୍ ଖଲାସ କରିବାକୁ ଆସିଥିଲା । ପାରାଦୀପ ଡମ୍ଫର ମାଲିକ ସଂଘର ପ୍ରାୟ ୪କୋଟି ଟଙ୍କା ଭଡା ବାବଦକୁ ବାକି ରଖିଥିବା ସିୱେଜ୍ ସିପିଙ୍ଗ ଆଣ୍ଡ ଲଜିଷ୍ଟିକ୍ସ କମ୍ପାନୀକୁ ଜାହାଜରୁ ପଣ୍ୟ ଖଲାସ ପାଇଁ ଡମ୍ଫର ଦେବାକୁ ମନା କରି ଦେଇଥିଲା ଡମ୍ଫର ମାଲିକ ସଂଘ । ବାଧ୍ୟ ହୋଇ ଜାହାଜଟି ଶନିବାର ଦିନ ପାରାଦୀପ ବନ୍ଦର ଛାଡି ଦେଇ ଆଙ୍କରେଜ୍କେୁ ଯାଇଥିଲା । ପରେ ରବିବାର ଦିନ ଜାହାଜରୁ ପଣ୍ୟ ଖଲାସ କରାଯିବା ପାଇଁ ବିକଳ୍ପ ବ୍ୟବସ୍ଥା ହେବାରୁ ଜାହାଜରୁ ପଣ୍ୟ ଖଲାସ ହେଉଛି । ସିୱେଜ ସିପିଙ୍ଗ ଆଣ୍ଡ ଲଜିଷ୍ଟିକ୍ସ କମ୍ପାନୀର ଏଭଳି ମନୋମୁଖୀ କାର୍ଯ୍ୟକୁ ଡମ୍ଫର ମାଲିକ ସଂଘ ନିନ୍ଦା କରିଥିବା ବେଳେ ରବିବାର ଦିନ ଧାରଣାରତ ଶ୍ରମିକମାନଙ୍କ ପାଇଁ କଂଗ୍ରେସ୍ର ସହାୟତା ମିଳିଥିବାରୁ ଧାରଣାରତ ଶ୍ରମିକମାନେ କଂଗ୍ରେସ୍ ନେତୃମଣ୍ଡଳୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।