ରାଜଧାନୀରେ ଧର୍ମଘଟ କରିବ ଓଷ୍ଟା

ଏରସମା : ସରକାରଙ୍କ ଶିକ୍ଷା ମାରଣା ନୀତିର ବିରୁଦ୍ଧରେ ରାଜ୍ୟ ଓଷ୍ଟା ପକ୍ଷରୁ ଆସନ୍ତା ୧୦ ତାରିଖ  ସୋମବାର ଦିନ ଭୁବନେଶ୍ୱର ରାଜ ରାସ୍ତାରେ ଆହୁତ ଅହୋରାତ୍ର ଧର୍ମଘଟକୁ ସମର୍ଥନ ସହ ଶହ ଶହ ସଂଖ୍ୟାରେ ଯୋଗ ଦେବା ପାଇଁ ଏରସମା ବ୍ଲକ ଓଷ୍ଟା ପକ୍ଷରୁ ତାପସ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଲକରେ ଥିବା ୧୩ ଗୋଟି ବିଦ୍ୟାଳୟରୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ । ନୂତନ ସରକାର ନିର୍ବାଚିତ ହେବା ପରେ ସଂଘ ତରଫରୁ ଏହା ଦ୍ୱିତୀୟ ଆନେ୍ଦାଳନ ହୋଇଥିବାରୁ ସରକାର ଯଦି ସମସ୍ତ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ଦେବାରେ ଓ ଅନୁଦାନ ପ୍ରାପ୍ତ କର୍ମଚାରୀ ନିମିତ୍ତ ଚାକିରୀ ସର୍ତ୍ତାବଳୀ ତଥା ପେନସନ ବ୍ୟବସ୍ଥା ନ କରନ୍ତି ପରବର୍ତ୍ତୀ ଅବସ୍ଥାରେ ଅନନ୍ୟା ସରକାରୀ କାର୍ଯ୍ୟ ସହିତ, ମାଟ୍ରିକ ଖାତା ମୂଲ୍ୟଙ୍କନ ପାଇଁ ବର୍ଜନ କରିବା ପାଇଁ ନିଷ୍ପତ୍ତି ନିଆଗଲା । ଏବଂ ଏହାର ପରବର୍ତ୍ତୀ ସମସ୍ୟା ପାଇଁ ସରକାର ଦାୟୀ ରହିବେ । ଏହି କାର୍ଯ୍ୟକ୍ରମରେ ଅନିଲ କୁମାର ଜେନା, ତାପସ କୁମାର ମହାନ୍ତି, ରମାକାନ୍ତ ଖଣ୍ଡୁଆଳ, ପିତାମ୍ବର ପ୍ରଧାନ, ମୁରଲୀଧର ସାମନ୍ତ, ପ୍ରଭାତ କୁମାର ବାରିକ, ନିତ୍ୟାନନ୍ଦରାଉତ, ଦିଲିପ କୁମାର ନାୟକ, ହରେକୃଷ୍ଣ ସ୍ୱାଇଁ, ଗଗନ କୁମାର ସ୍ୱାଇଁ, ଅମ୍ବୁଜ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ସଂପାଦକ ଅଜିତ କୁମାର ଲେଙ୍କା ଧନ୍ୟବାଦ୍ ପ୍ରଦାନ କରିଥିଲେ ।