ବନ୍ଧୁମିଳନ ଓ ଗୁରୁ ପୂଜନ

ରାଜକନିକା: ସିକୋ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ୧୯୯୨ ବ୍ୟାଚ ସହପାଠୀଙ୍କ ଏକ ବନ୍ଧୁ ମିଳନ ଓ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ରତିକାନ୍ତ ରାୟଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ବନ୍ଧୁ ମିଳନରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ବ୍ରଜନାଥ ମିଶ୍ର, ରତ୍ନାକର ବେହେରା, ବୀରେନ୍ଦ୍ର ବଳ, ଧନେଶ୍ୱର ବେହେରା, ପ୍ରମିଳା ନନ୍ଦ, ସରସ୍ୱତି ବିଶ୍ୱାଳ, ହରିହର ବେହେରା ପ୍ରମୁଖଙ୍କୁ ପୁରାତନ ଛାତ୍ରଛାତ୍ରୀ ପୂଜନ କରିବା ସହିତ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ଟଟନ, ଅମି, ଲୁସି, ରଙ୍ଗଣୀ, ତଅପୋଇ, ହେମବତୀ, ଜନକ, ସୁକାନ୍ତି,ଦଉଲା, କୈଳାସ, ପ୍ରଣବ, ରମାକାନ୍ତ, ରଶ୍ମିତା, ସୁଶାନ୍ତ, ଉମାକାନ୍ତ, ଟିଲି, ବବୁରା, ମହେନ୍ଦ୍ର, ସୁକାନ୍ତ, ରୋହିତ, ବାପି, ରାଜେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ ।