୧୦ରୁ ଶୀତ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା
ଧାମନଗର : ଧାମନଗରରେ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ଶୀତ ମହୋସôବ ଓ ପଲ୍ଲିଶ୍ରୀ ମେଳା ଚଳିତ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିପାଇଁ ଶନିବାର ଶୀତ ମହୋସôବ ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ପଞ୍ଚାୟତ ସମିତିରେ ସହ ସଂପାଦକ ଦୀପକ କୁମାର ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିଲା । କମିଟିର ସମ୍ପାଦକ ତଥା ଭଦ୍ରକ ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ ଉପସ୍ଥିତ ରହି ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ମହୋସôବର ରୂପରେଖ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଉକôଳୀୟ ସଂସ୍କୃତି ପରମ୍ପରାକୁ ଲୋକାଭିମୁଖୀ କରିବା ସଙ୍ଗେ ସଙ୍ଗେ ପଲ୍ଲିଶ୍ରୀ ମେଳା ମାଧ୍ୟମରେ ମୁଖ୍ୟତଃ ଗ୍ରାମାଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀର ଉତ୍ପାଦ ଗୁଡିକକୁ ପ୍ରୋସôାହନ ଦେବା ଲକ୍ଷ୍ୟ ରଖାଯାଇଛି ବୋଲି ସାମ୍ୱାଦିକ ସମ୍ମିଳନୀରେ ଉପଜିଲ୍ଲାପାଳ କହିଥିଲେ । ଏହି ଅବସରରେ ଦୈନିକ ସନ୍ଧ୍ୟାରେ ସିନେ ତାରକା, ଗାୟକ, ଗାୟିକାଙ୍କ ସମେତ ସାଂସ୍କୃତିକ ଅନୁଷ୍ଠାନଦ୍ୱାରା ଗୋଟିପୁଅ, ଛଉ, ସମ୍ବଲପୁରୀ ନୃତ୍ୟ ପରିବେଷଣ ହେବ । ମହୋସôବକୁ ସଫଳ କରିବା ପାଇଁ ବିଭିନ୍ନ ସଂଗଠନକୁ ଏଥିରେ ସାମିଲ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପୁହାଣ, ସାଂସଦଙ୍କ ବ୍ଲକ ପ୍ରତିନିଧି ମନୋରଞ୍ଜନ ମଲ୍ଲିକ, ଧାମନଗର ନଗର ସାଂସଦ ପ୍ରତିନିଧି ସରୋଜ ମହାପାତ୍ର, ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟା ରଞ୍ଜିତା ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ଧାମନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବନ ବିହାରୀ ଦିନ୍ଦା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଅନୁଷ୍ଟିତ ହେବାକୁ ଥିବା କାର୍ଯ୍ୟକ୍ରମକୁ ଉପଜିଲ୍ଲାପାଳ ଚକ୍ରବର୍ତ୍ତୀ ପହଞ୍ଚô କାର୍ଯ୍ୟର ସମୀକ୍ଷା କରିଥିଲେ । ସେଠାରେ ଯେପରି ଦର୍ଶକଙ୍କ କୌଣସି ଅସୁବିଧା ନ ହୁଏ ସେ ଦିଗରେ ସ୍ଥାନୀୟ ପ୍ରଶାସନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।