ହରମୋହନ ମହାପାତ୍ର ସ୍ମାରକୀ: କ୍ରିକେଟ ଟୁର୍ଣ୍ଣାମେଣ୍ଟ ସେମିରେ ଭଦ୍ରକ ୟୁନିକ୍
ଭଣ୍ଡାରିପୋଖରୀ : ସ୍ଥାନୀୟ ଚନ୍ଦ୍ରଭାନୁପୁର କ୍ରିକେଟ ପଡିଆରେ ହରମୋହନ ମହାପାତ୍ର ସ୍ମାରକୀ କି୍ରକେଟ ଟୁର୍ଣ୍ଣାମେଣ୍ଟର ୨ୟ କ୍ୱାଟର ଫାଇନାଲ ମ୍ୟାଚ ଭଦ୍ରକ ୟୁନିକ୍ ୧୧ ସହ ଯାଜପୁର ଇଞ୍ଜନପୁର ଦଳ ମଧ୍ୟରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚରେ ଇଞ୍ଜନପୁର ଦଳ ଅଧିନାୟକ ଟସ ଜିଣି ପ୍ରଥମେ ବ୍ୟାଟି କରି ୟୁ ଆଣ୍ଡ ମି ଦଳ ନିର୍ଦ୍ଧାରିତ ୨୨ ଓଭରରେ ୯ ଉଇକେଟ ହରାଇ ୧୭୪ ରନ ସ୍କୋର କରିଥିଲେ । ବ୍ୟାଟ୍ସମ୍ୟାନ ସତ୍ୟାନନ୍ଦ ସାହୁ ସର୍ବାଧିକ ୫୧ ରନ ହାସଲ କରିଥିଲେ । ବିପକ୍ଷ ବୋଲର ପ୍ରକାଶ ଜେନା ୪ ଓଭର ବୋଲିଂ କରି ୪୯ ରନ ବିନିମୟରେ ୩ ଉଇକେଟ ଅକ୍ତିଆର କରିଥିଲେ । ୟୁନିକ୍ ୧୧ ଦଳ ୧୩ ଓଭରରେ ୪ ଉଇକେଟ ହରାଇ ୧୭୫ ରନ କରି ମ୍ୟାଚ ବିଜୟୀ ହୋଇ ସେମିରେ ପ୍ରବେଶ କରିଥିଲା । ଦଳ ପକ୍ଷରୁ ଅମିତ ସାହୁ ୪୭ ରନ ସ୍କୋର କରିଥିଲେ । ମ୍ୟାନ ଅଫ ଦି ମ୍ୟାନ ବିବେଚିତ ପ୍ରକାଶ ଜେନାଙ୍କୁ ସନ୍ତୋଷ ଦାସ, ପ୍ରଶାନ୍ତ ସାହୁ, ଲଳିତ ରାଉତ ପ୍ରମୁଖ ପୁରସ୍କୃତ କରିଥିଲେ । ଶରତ ଜେନା ଓ ରାମଚନ୍ଦ୍ର ଦାଶ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିଲେ । ସୋମ୍ୟରଞ୍ଜନ ପରିଡା ଓ ଜ୍ୟୋତିରଞ୍ଜନ ଚନ୍ଦ ସ୍କୋରର, ପ୍ରଦୀପ ଜେନା ଓ ପ୍ରତୁ୍ୟଷ ସାହୁ ଭାଷ୍ୟକାର ଦାୟିତ୍ୱ ତୁଲାଇଥିଲେ । ମଙ୍ଗଳବାର ପ୍ରଥମ ସେମିଫାଇନାଲ ମ୍ୟାଚ ଭଦ୍ରକ ୟୁନିକ୍ ୧୧ ସହ ବାସୁଦେବପୁର ଉକôଳିକା ଦଳ ମଧ୍ୟରେ ଅନୁଷ୍ଠିତ ହେବ ।