ଭଦ୍ରାୟଣି ପାଇଁ କାର୍ଯ୍ୟକାରୀ କମିଟି ବୈଠକ

 ଭଦ୍ରକ : ଭଦ୍ରକ ଜିଲ୍ଲା ମହୋସôବ ଭଦ୍ରାୟଣି ପାଳନ ଉପଲକ୍ଷେ ସଦଭାବନା ସଭାଗୃହରେ ପ୍ରଶାସନିକ କାର୍ଯ୍ୟକାରୀ କମିଟି ଅନୁଷ୍ଠିତ ହୋଇଯାଇଛି  । ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତ୍ରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଏସିଡିଓ କୁଶଳ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ  । ଏହି ମହୋସôବକୁ ସୂଚାରୁ ରୂପେ ସମ୍ପାଦନା କରିବା ପାଇଁ କୋର କମିଟି, ବିଭିନ୍ନ ସବ୍କମିଟି ଗଠନ କରାଗଲା  । ଚଳିତ ଫେବୃଆରୀ ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ନେହେରୁ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଏହି ୫ ଦିନିଆ ପଲ୍ଲୀଶ୍ରୀ ମେଳା ଓ ଭଦ୍ରାୟଣି ମହୋସôବ ଉପଲକ୍ଷେ ଗଠିତ ବିଭିନ୍ନ କମିଟିର ଦାୟିତ୍ୱ, କାର୍ଯ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା  । ଡେପୁଟି କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ ପ୍ରାଥମିକ ପ୍ରସ୍ତୁତି ସମ୍ୱନ୍ଧରେ ବୈଠକରେ ସୂଚନା ପ୍ରଦାନ କରିଥିଲେ  । ଗତ ବର୍ଷର ଅଭିଜ୍ଞତା ଅଧାରରେ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ସବ୍ କମିଟିମାନଙ୍କର ପୂର୍ବ ପ୍ରସ୍ତୁତି, ଉସôବ ପାଳନ ଅବସରରେ ପ୍ରତିଦିନର ସମୀକ୍ଷା ବୈଠକ ଆବଶ୍ୟକତା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ  । ମାତ୍ର ଅଳ୍ପଦିନର ବ୍ୟବଧାନ ଥିବାରୁ ବୈଠକରେ ଆଲୋଚନା ଅନୁଯାୟୀ ସମସ୍ତ ଟିମ୍ ଆବଶ୍ୟକ ମତେ ପ୍ରସ୍ତୁତ ହେବାକୁ ଜିଲ୍ଲାପାଳ ପରାମର୍ଶ ପ୍ରଦାନ କରିଥିଲେ  ।