୧୨ରେ ଉନ୍ମୋଚିତ ହେବ ସାଭରକରଙ୍କ ବିଶାଳ ପ୍ରତିମୂର୍ତ୍ତି
ନୂଆଦିଲ୍ଲୀ : ସାଗର ପ୍ରାଣ୍ ତାଲାମାଲାଲା... ଏହି କାଳଜୟୀ ପଂକ୍ତିଗୁଡିକ ଅଗଣିତ ଭାରତୀୟଙ୍କ ହୃଦୟରେ ଦେଶପ୍ରେମର ଅଗ୍ନି ପ୍ରଜ୍ଜ୍ୱଳିତ କରିଛି । ସ୍ୱତନ୍ତ୍ରବୀର ବିନାୟକ ଦାମୋଦର ସାଭରକର ୧୧୬ ବର୍ଷ ପୂର୍ବେ ଏହି କିମ୍ବନ୍ଦତୀ କବିତାର ରଚନା କରିଥିଲେ । ଏହି ଐତିହାସିକ ଅବସରକୁ ପାଳନ କରି ଭାଲ୍ୟୁବଲ ଗ୍ରୁପ ପକ୍ଷରୁ ଆସନ୍ତା ୧୨ ତାରିଖରେ ଆଣ୍ଡାମାନର ଶ୍ରୀ ବିଜୟ ପୁରମଠାରେ ‘ସାଗର ପ୍ରାଣ୍ ତାଲାମାଲାଲା’ ଶୀର୍ଷକ ଏକ ବିଶାଳ ସ୍ମାରକୀ କାର୍ଯ୍ୟକ୍ରମର ଆୟୋଜନ ହେବାକୁ ଯାଉଛି । ଏହି ଅବସରରେ ବେଓଦାନାବାଦଠାରେ ସମୁଦ୍ର ଉପକୂଳରେ ସ୍ୱତନ୍ତ୍ରବୀର ବିନାୟକ ଦାମୋଦର ସାଭରକର୍ଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯିବ । ଏହି ଉନ୍ମୋଚନ କାର୍ଯ୍ୟକ୍ରମକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଆରଏସଏସର ସର୍ ସଂଘଚାଳକ ଡ. ମୋହନ ଭାଗବତ ପରିଚାଳନା କରିବେ । ଏହି ବିଶାଳ ସମାରୋହରେ ସ୍ୱତନ୍ତ୍ର ଅତିଥି ଭାବେ ମହାରାଷ୍ଟ୍ରର ସାଂସ୍କୃତିକ ବ୍ୟାପାର ଓ ଆଇଟି ମନ୍ତ୍ରୀ ଆଶିଷ ସେଲାରଙ୍କ ସମେତ ପଦ୍ମଶ୍ରୀ ପଣ୍ଡିତ ହୃଦୟନାଥ ମଙ୍ଗେସକର, ଉଷା ମଙ୍ଗେସକର, ରଣଦୀପ ହୁଡା, ଡକ୍ଟର ବିକ୍ରମ ସମ୍ପଥ ଓ ଶରଦ ପୋଙ୍କସେଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରତିମୂର୍ତ୍ତିକୁ ମୁମ୍ବାଇସ୍ଥିତ ଭାଲ୍ୟୁବଲ ଗ୍ରୁପର ପ୍ରତିଷ୍ଠାତା ଅମୀୟ ହେଟେ ପରିକଳ୍ପନା କରିବା ସହ ତାହାକୁ ଜୀବନ୍ତ ରୂପ ଦେଇଛନ୍ତି । ଏହି ପ୍ରତିମୂର୍ତ୍ତିକୁ ନିକଟରେ ମହାରାଷ୍ଟ୍ର ଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିବା ଶ୍ରୀରାମ ସୁତାର ନିର୍ମାଣ କରିଛନ୍ତି ।