୧୨୦ ୟୁନିଟ୍ ରକ୍ତ ସଂଗୃହୀତ
କଟକ : ନାରାୟଣ ଚାରିଟେବୁଲ ଟ୍ରଷ୍ଟ ଓ ଶିଶୁ ଭବନ ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଶିଶୁଭବନ ଟ୍ରେନିଂ ହଲରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓରମାସର ଯୁଗ୍ମ ସିଇଓ ବିପିନ ରାଉତ ଯୋଗ ଦେଇ ରକ୍ତଦାନ ଶିବିରକୁ ଉଦ୍ଘାଟନ କରିଥିଲେ । ସ୍ତପତି ରସିଦ ହାସନ ଓ ଭାରତ ମସଲାର ପରିଚାଳନା ନିଦେ୍ର୍ଦଶକ ସୁଶାନ୍ତ ପଣ୍ଡା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଶିବିରରୁ ମୋଟ ୧୨୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ପ୍ରଶାସନିକ ଅଧିକାରୀ ଜ୍ୟୋସ୍ନା ନାୟକ ଏବଂ ହସପିଟାଲ ମାନେଜର ସୋନାଲି ନନ୍ଦଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ପରିଚାଳିତ ହୋଇଥିଲା । ନାରାୟଣ ଚାରିଟେବୁଲ ଟ୍ରଷ୍ଟର ମାନେଜିଙ୍ଗ ଟ୍ରଷ୍ଟି ସଦାଶିବ ପରିଡ଼ା ଓ ଟ୍ରଷ୍ଟର ସଦସ୍ୟମାନେ ଶିବିର ପରିଚାଳନାରେ ସହାୟତା କରିଥିଲେ । ଏହି ଅବସରରେ ରକ୍ତଦାତାମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।