୨ରେ ଲୋକସଭାରେ ଆସିବ ୱାକଫ ବିଲ୍‌

ନୂଆଦିଲ୍ଲୀ : ଆସନ୍ତା ୨ରେ ସଂସଦରେ ୱାକଫ ବିଲ୍‌ ଉପସ୍ଥାପିତ ହେବ । ବିଶେଷସୂତ୍ରରୁ ଏହି ସୂଚନା ମିଳିଛି । ଏହି ବିଲକୁ ଜୋରଦାର ବିରୋଧ କରାଯିବାରୁ ତାହା ଗତବର୍ଷ ଅଗଷ୍ଟରେ ଯୁଗ୍ମ ସଂସଦୀୟ କମିଟିକୁ ଯାଇଥିଲା । ସଂସଦରେ ଏହି ବିଲ୍‌ ଉପସ୍ଥାପନ ପୂର୍ବରୁ ଜଣେ ବରିଷ୍ଠ ବିଜେପି ନେତା ଇଣ୍ଡି ମେଣ୍ଟର ନେତାଙ୍କ ସହ ଆଲୋଚନା କରିବେ ବୋଲି ଜାଣିବାକୁ ମିଳିଛି ।ଅପ୍ରେଲ ୪ରେ ସଂସଦର ବଜେଟ୍‌ ଅଧିବେଶନ ଶେଷ ହେବ । ଏହି ବିଲ୍‌ଟି କାର୍ଯ୍ୟକାରୀ ହେବା ପାଇଁ ଲୋକସଭା ଓ ରାଜ୍ୟସଭାରେ ପାରିତ ହେବାର ଆବଶ୍ୟକତା ରହିଛି । ୱାକଫ ବୋଡର଼୍ ପୁନର୍ଗଠନ ନେଇ ବିଲ୍‌ରେ ବ୍ୟବସ୍ଥା ରହିଛି । ଯୁଗ୍ମ ସଂସଦୀୟ କମିଟିର ସୁପାରିଶ୍‌ ଆଧାରରେ ବିଲରେ କେତେକ ପରିବର୍ତ୍ତନ କରାଯାଇଛି ।