ଶୁଳ୍କ ଲଗାଇ ପସ୍ତାଉଛନ୍ତି ଟ୍ରମ୍ପ କହିଲେ ଭାରତ, ରୁଷକୁ ହରାଇଲୁ

 ନୂଆଦିଲ୍ଲୀ : ରୁଷରୁ ତେଲ କିଣିବା ନେଇ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି ଟ୍ରମ୍ପ । ଏନେଇ ଚୀନରେ ଅନୁଷ୍ଠିତ ଏସସିଓ ସମ୍ମିଳନୀରେ ଏକାଠି ହୋଇଥିଲେ ମୋଦି-ଜିନପିଙ୍ଗ-ପୁଟିନ । ସେତେବେଳେ ସାରା ବିଶ୍ୱର ନଜର ଥିଲା ଏହି ତିନି ମହାଶକ୍ତିଙ୍କ ଉପରେ । ଏବେ ଶୁଳ୍କ ଲଗାଇ ଅନୁତାପ କରୁଛନ୍ତି ଟ୍ରମ୍ପ । ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ତିନି ଜଣଙ୍କ ଫଟୋ ସେୟାର କରିଛନ୍ତି ।  ଲେଖିଛନ୍ତି, ଏପରି ଲାଗୁଛି ଯେ ଆମେ ‘ଗଭୀରତମ, ଅନ୍ଧକାରତମ' ଚୀନ୍ ହାତରେ ଭାରତ ଓ ରୁଷକୁ ହରାଇ ଦେଇଛୁ । ସେମାନଙ୍କର ଏକ ଦୀର୍ଘ ଓ ସମୃଦ୍ଧ ସମ୍ପର୍କ କାମନା କରୁଛୁ!’ ତେବେ ଏ ସଂପର୍କରେ ଯେତେବେଳେ ପ୍ରତିକ୍ରିୟା ପଚରା ଗଲା ଭାରତର ବୈଦେଶିକ ମନ୍ତ୍ରାଳୟ କହିଛି, ଆମର ଏବେ ଏହା ଉପରେ ମନ୍ତବ୍ୟ ଦେବା ପାଇଁ କିଛି ନାହିଁ । ଟ୍ରମ୍ପଙ୍କ ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ବିଶ୍ୱ କୂଟନୀତିରେ ଭାରତର  ଭୂମିକା ନିରନ୍ତର ମଜଭୁତ ହେଉଛି ଓ ଆମେରିକା ସହିତ ଏହାର ସମ୍ପର୍କ ତିକ୍ତ ହେଉଛି । କିନ୍ତୁ ଏହି ପୋଷ୍ଟ ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି । ଟ୍ରମ୍ପଙ୍କ ବୟାନ ଏପରି ସମୟରେ ଆସିଛି ଯେତେବେଳେ ଭାରତ ଉପରେ ୨ୟ ଓ ୩ୟ ପର୍ଯ୍ୟାୟ ଟାରିଫ ବସାଇବାକୁ ସେ ସଂକେତ ଦେଇଛନ୍ତି ।