୨ୟ ଦିନରେ ଷ୍ଟିୟରିଂ ଛାଡ ଆନେ୍ଦାଳନ

 କେନ୍ଦ୍ରାପଡ଼ା : ଓଡିଶା ଡ୍ରାଇଭର ମହାସଙ୍ଘ ଡାକରାରେ ଆଜି ଜିଲ୍ଲା ଡ୍ରାଇଭର ସଂଘ ପକ୍ଷରୁ ଜିଲ୍ଲା ସଭାପତି ରଞ୍ଜନ ଦାସଙ୍କ ନେତୃତ୍ୱ ରେ ମିଳିତ ଦଶଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ଦୁହୁରିଆ ଠାରେ ଶତାଧିକ କର୍ମକର୍ତ୍ତା ମାନେ ଧାରଣା ବସିଛନ୍ତି । ଦୀର୍ଘ ବର୍ଷରୁ ଡ୍ରାଇଭର ମାନେ ଦାବି ଗୁଡିକ ପୂରଣ ହୋଇପାରୁନାହିଁ ଯାହାର ବିରୋଧ କରି ଆଜି ରାଜ୍ୟ ଡ୍ରାଇଭର ମହାସଂଘ ଡାକରାରେ ଏହି ଧାରଣା ଅନୁଷ୍ଠିତ ହୋଇଛି । ଉକ୍ତ ଦାବି ଗୁଡିକୁ ପୂର୍ବ ସରକାରଙ୍କ ନିକଟରେ ଉପସ୍ଥାପନା କରିଥିବା ବେଳେ ଆଜିଯାଏ ପୂରଣ ହୋଇପାରିଲା ନାହିଁ । ତାହାକୁ ବିରୋଧ କରି ଆଜି ଡ୍ରାଇଭର ମାନେ ଧାରଣାରେ ବସିଛନ୍ତି । ଯଦି ମୋହନ ସରକାର ରାଜ୍ୟ ଡ୍ରାଇଭର ସଂଘ ଦାବି ଗୁଡିକୁ କର୍ଣ୍ଣପାତ ନକରନ୍ତି ତେବେ ଏହି ଧାରଣା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜାରିରହିବ ବୋଲି ଡ୍ରାଇଭର ସଙ୍ଘ ଜିଲ୍ଲା ସଭାପତି ଚେତାବନୀ ଦେଇଛନ୍ତି ।