ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ
ବଡ଼ସାହି : ସାରା ରାଜ୍ୟରେ ବେଆଇନ ଭାବେ ଲଘୁ ଖଣିଜ ଦ୍ରବ୍ୟ ବ୍ୟବସାୟ କରି ମାଫିଆ ମାଲେମାଲ । ଅଞ୍ଚଳରେ ପ୍ରତିଦିନ ବେଆଇନ ବାଲି ଚୋରା ଚାଲାଣ ହେଉଥିବା ବେଳେ ପ୍ରଶାସନ ଏସବୁ ଦେଖି ଚୁପହୋଇ ବସିଛି ଯାହା ଫଳରେ ସରକାରଙ୍କ ରାଜସ୍ୱ କ୍ଷତି ଘଟଛୁ ଯାହାଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । କିନ୍ତୁ ପ୍ରଶାସନ ଲୋକ ଦେଖାଣିଆ ଭଳି ବେଳେ ବେଳେ ୨/୪ ଟି ଟ୍ରାକ୍ଟର କିମ୍ବା ଡମ୍ପର ଜବତ କରି ନିଜକୁ ସ୍ୱଚ୍ଛ ପ୍ରମାଣିତ କରିବାକୁ ଚେଷ୍ଟା କରୁଛି । ଥାନା, ତହସିଲ କାର୍ଯ୍ୟାଳୟର ନାକ ତଳେ ଦିନ ରାତି ବିଭିନ୍ନ ନଦୀ ଘାଟରୁ ଶହ ଶହ ବାଲି ଚୋରାରେ ଉଠି ବିକ୍ରି ହେଉଥିଲେ ହେଁ ସେ ସବୁକୁ ଜାଣି ସୁଦ୍ଧା ପୁଲିସ ଓ ତହସିଲ କର୍ମଚାରୀ ଏପରିକି ଖଣି ବିଭାଗ ମଧ୍ୟ ଆଖି ବୁଜି ଦେଇଥିବା ପରିଲକ୍ଷିତ ହେଉଛି । ଆଜି ସେହି ଖଣି ବିଭାଗ ପକ୍ଷରୁ ଚଢାଉ କରି ବଡ଼ସାହି ବ୍ଲକର ବେଆଇନ ଭାବେ ଚାଲୁଥିବା ବର୍ତ୍ତନା ଘାଟରୁ ଓଡ଼ି ୧୧ ଏ ଏଚ ୧୬୦୪ ନମ୍ବର ବିଶିଷ୍ଟ ଏକ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରାଯାଇଛି ।