ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ
ଭଦ୍ରକ : ଭଦ୍ରକ ଟାଉନ ଥାନା ଅଧିନସ୍ଥ ଚାରି ଘରିଆ ଛକ ନିକଟରେ ଦୁଇ ଜଣ ଦୁର୍ବୁତ୍ତ ଗୋଟିଏ କଳା ପଲସର ଗାଡିରେ ଆସି ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି । ଲୁଟର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ ଭଦ୍ରକ ଟାଉନ ଥାନା ଅଧିନସ୍ଥ ଚାରି ଘରିଆ ଦୁଃଖ ନଗରର ପଦ୍ମାବତୀ ମିଶ୍ର । ଗତକାଲି ରାତି ରାତି ପ୍ରାୟ ୧୦ଟାରେ ତାଙ୍କ ସ୍ୱାମୀଙ୍କ ସହିତ ମାର୍କେଟ କରି ଫେରୁଥିବା ବେଳେ ଦୁର୍ବୁତ୍ତ ମାନେ ତାଙ୍କ ଅଜଣାତରେ ତାଙ୍କୁ ପିଛା କରି ଚାରି ଘରିଆ ଛକ ନିକଟରେ ସୁନା ଚେନ ଟାଣି ନେଇ ଗଲେ । ପରେ ଶ୍ରୀମତୀ ମିଶ୍ର ଏ ସମ୍ପର୍କରେ ଭଦ୍ରକ ଟାଉନ ଥାନାକୁ ଯାଇ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।