ଆମ୍ବୁଲାନ୍ସ ଧକ୍କାରେ ଗୋରୁ ମୃତ

 ପାଣିକୋଇଲି:  ୧୬ନଂ ଜାତୀୟ ରାଜପଥର ପାଣିକୋଇଲି ଶର୍ମା ପେଟ୍ରୋଲ ପମ୍ପ ନକିଟରେ ଗୋଟିଏ ଆମ୍ବୁଲନ୍ସ ଗୋରୁକୁ ଧକ୍କା ଦେବାରୁ ଘଟଣାସ୍ଥଳେ ଗୋରୁର ମୃତୁ୍ୟ ହୋଇଛି । ଆମ୍ବୁଲାନ୍ସଟି ଭଦ୍ରକରୁ ରୋଗୀ ନେଇ କଟକ ଯାଉଥିବା ବେଳେ ଶର୍ମା ପେଟ୍ରୋଲ ପମ୍ପ ନିକଟରେ ଗୋରୁଟି ଗାଡ଼ି ଆଗକୁ ଚାଲି ଆସିବାରୁ ଚାଳକ ଭାରସାମ୍ୟ ହରାଇ ତାକୁ ଧକ୍କା ଦେଇଥିଲେ । ମୃତ ଗୋରୁଟି ଅଳତିରିର ଚୈତନ୍ୟ ମଲ୍ଲିକଙ୍କ ହୋଇଥିବା ବେଳେ ଆମ୍ବୁଲାନ୍ସଟି ଦୁର୍ଘଟଣା ଗ୍ରସ୍ଥ ହେବା ପରେ ଅନ୍ୟ ଏକ ଆମ୍ବୁଲାନ୍ସରେ ରୋଗୀଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ।