୨୦୨୬ ଛୁଟି ତାଲିକା : ୨୯ ଦିନ ସରକାରୀ ଛୁଟି
- ମାଡ଼ ଖାଇବ ୬ ଛୁଟି
- ଦିନୁଟିଏ ଅପ୍ସନାଲ ଛୁଟି ନେଇପାରିବେ କର୍ମଚାରୀ
ଭୁବନେଶ୍ୱର : ୨୦୨୬ ପାଇଁ ରାଜ୍ୟ ସରକାର ଛୁଟି ତାଲିକା ଜାରି କରିଛନ୍ତି । ୨୯ ଦିନ ସରକାରୀ ଛୁଟି ଥିବାବେଳେ ୯ଟି ଅପ୍ସନାଲ ଛୁଟି ରହିଛି । କର୍ମଚାରୀମାନେ ଚାହିଁଲେ ଉକ୍ତ ୯ ଛୁଟି ମଧ୍ୟରୁ ଗୋଟିଏ ଦିନ ଛୁଟି ନେଇପାରିବେ । ସେହିପରି ରବିବାର ଓ ଦ୍ୱିତୀୟ ଶନିବାର ପାଇଁ ୬ଟି ଛୁଟି ମାଡ଼ ଖାଇଯିବ ।
ରାଜସ୍ୱ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଜାନୁଆରୀ ୧୪ ମକର ସଂକ୍ରାନ୍ତି, ଜାନୁଆରୀ ୨୩ ସୁବାସ ବୋଷ ଜୟନ୍ତୀ, ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ, ମାର୍ଚ୍ଚ ୩ ଦୋଳ ପୂର୍ଣ୍ଣିମା, ମାର୍ଚ୍ଚ ୪ ହୋଲି, ମାର୍ଚ୍ଚ ୨୧ ଇଦ-ଉଲ-ଫିତର, ମାର୍ଚ୍ଚ ୨୭ ଶ୍ରୀରାମ ନବମୀ, ଅପ୍ରେଲ ୧ ଉତ୍କଳ ଦିବସ, ଅପ୍ରେଲ ୩ ଗୁଡ଼ ଫ୍ରାଇଡେ଼, ଅପ୍ରେଲ ୧୪ ମହାବିଷୁବ ସଂକ୍ରାନ୍ତି, ମେ’ ୧ ବୁଦ୍ଧ ପୂର୍ଣ୍ଣିମା, ମେ’ ୧୬ ସାବିତ୍ରୀ ଅମାବାସ୍ୟା, ମେ’ ୨୭ ଇଦ-ଉଲ-ଜୁହା, ଜୁନ୍ ୧୫ ରଜ ସଂକ୍ରାନ୍ତି, ଜୁନ୍ ୨୬ ମହରମ, ଜୁଲାଇ ୧୬ ରଥଯାତ୍ରା, ଅଗଷ୍ଟ ୧୫ ସ୍ୱାଧୀନତା ଦିବସ, ଅଗଷ୍ଟ ୨୬ ମହମ୍ମଦ ଜୟନ୍ତୀ, ଅଗଷ୍ଟ ୨୭ ଝୁଲଣ ପୂର୍ଣ୍ଣିମା, ସେପ୍ଟେମ୍ବର ୪ ଜନ୍ମାଷ୍ଟମୀ, ସେପ୍ଟେମ୍ବର ୧୪ ଗଣେଶ ପୂଜା, ସେପ୍ଟେମ୍ବର ୧୫ ନୂଆଖାଇ, ସେପ୍ଟେମ୍ବର ୧୬ ନୂଆଖାଇ ପରଦିନ, ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ, ଅକ୍ଟୋବର ୧୭ ମହାସପ୍ତମୀ, ଅକ୍ଟୋବର ୧୯ ମହାନବମୀ, ଅକ୍ଟୋବର ୨୦ ବିଜୟା ଦଶମୀ, ନଭେମ୍ବର ୨୪ ରାହାସ ପୂର୍ଣ୍ଣିମା ଓ ଡିସେମ୍ବର ୨୫ ବଡ଼ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି । ଅପରପକ୍ଷରେ ଫ୍ରେବୃଆରୀ ୧୫ ମହାଶିବରାତ୍ରୀ, ଜୁନ୍ ୧୪ ପହିଲି ରଜ, ଅକ୍ଟୋବର ୧୦ ମହାଳୟା, ଅକ୍ଟୋବର ୧୮ ମହାଷ୍ଟମୀ, ଅକ୍ଟୋବର ୨୫ କୁମାର ପୂର୍ଣ୍ଣିମା ଓ ନଭେମ୍ବର ୮ ଦୀପାବଳି ପାଇଁ ଛୁଟି ଥିଲେବି ତାହା ରବିବାର ଓ ଦ୍ୱିତୀୟ ଶନିବାର ଭଳି ଛୁଟିଦିନରେ ପଡୁଛି ।
ଏତଦବ୍ୟତୀତ ଜୁନ୍ ୬ ଗୁରୁଗୋବିନ୍ଦ ସିଂ ଜୟନ୍ତୀ, ମାର୍ଚ୍ଚ ୧୭ ସବ-ଇ-କଦ୍ଦର, ଅପ୍ରେଲ ୪ ଇଷ୍ଟର ସଟରଡେ଼, ମେ’ ୨୨ ରାଜା ରାମମୋହନ ରାୟ ଜୟନ୍ତୀ, ଜୁଲାଇ ୨୪ ବାହୁଡ଼ା ଯାତ୍ରା, ଅଗଷ୍ଟ ୨୦ ବ୍ରାହ୍ମ ସମାଜ ପ୍ରତିଷ୍ଠା ଦିବସ, ନଭେମ୍ବର ୧୮ ଅଁଳାନବମୀ, ଡିସେମ୍ବର ୧ ପ୍ରଥମାଷ୍ଟମୀ ଓ ଡିସେମ୍ବର ୨୪ ଖ୍ରୀଷ୍ଟମାସ ଇଭ୍ ପାଇଁ ଅପ୍ସନାଲ ଛୁଟି ରହିଛି । ଏଥିମଧ୍ୟରୁ ଗୋଟିଏ ଦିନ କର୍ମଚାରୀମାନେ ଛୁଟି ପାଇପାରିବେ ।