୨୧ରୁ ଏଇଏଲଏଜର ଜାତୀୟ ସମ୍ମିଳନୀ
କଟକ: ଅଲ୍ ଇଣ୍ଡିଆ ଲୟରସ ଆସୋସିଏସନ ଫର୍ ଜଷ୍ଟିସ (ଏଇଏଲଏଜେ)ର ଦ୍ୱିତୀୟ ଜାତୀୟସ୍ତରୀୟ ସମ୍ମିଳନୀ ଡିସେମ୍ବର ୨୧ ଓ ୨୨ ତାରିଖ ସ୍ଥାନୀୟ କଳାବିକାଶ କେନ୍ଦ୍ରରେ ଅନୁଷ୍ଠିତ ହେବ । ଏ ନେଇ ସ୍ଥାନୀୟ ହୋଟେଲ ବିକାଶ ଇନ୍ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀରେ ସଂଗଠନର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ଯଥା ସାଧାରଣ ଜନତା ପ୍ରତି ହେଉଥିବା ଅନ୍ୟାୟ, ଓକିଲମାନଙ୍କ ପ୍ରତି ଧମକ ଓ ଆକ୍ରମଣ, ଓକିଲାତି ପେଶାରେ ଆର୍ଥôକ ଅନିଶ୍ଚିତତା ଓ ସେଥିପାଇଁ ପ୍ରୋତ୍ସାହନର ଅଭାବ, ସମ୍ବିଧାନର ମୌଳିକତା କ୍ଷୁର୍ଣ୍ଣ କରିବା ପାଇଁ ହେଉଥିବା ଉଦ୍ୟମ ବିରୁଦ୍ଧରେ ଓକିଲ ସମାଜ ଏକଜୁଟି ହୋଇ ଦୃଢ଼ ପ୍ରତିବାଦ କରିବା ପାଇଁ ବିସ୍ତୃତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଭାରତ ବର୍ଷର ବିଭିନ୍ନ ପ୍ରଦେଶରୁ ପ୍ରାୟ ୨୦୦ ଖ୍ୟାତନାମା ଓକିଲ ଏହି ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସମ୍ମିଳନୀରେ ସୁପି୍ରମକୋର୍ଟର ପୂର୍ବତନ ବିଚାରପରି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ ଓ ମାଡ଼୍ରାସ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ କେ. ଚନ୍ଦ୍ର ‘ନ୍ୟାୟପାଳିକାର ସ୍ୱାଧୀନତା’ ଉପରେ ଆଲୋକପାତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଅଲ୍ ଇଣ୍ଡିଆ ଲୟରସ୍ ଆସୋସିଏସନ ଫର୍ ଜଷ୍ଟିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର କେନ୍ଦ୍ରୀୟ କମିଟିର ସଂପାଦକ କ୍ଲିପଟନ ଡି ରୋଜାରିଓ, ଓଡ଼ିଶା ସଂଗଠନ ଦାୟିତ୍ୱରେ ଥିବା ସଂଗଠନ ଗୁରୁ ପ୍ରସାଦ ମହାନ୍ତି, ବରିଷ୍ଠ ଆଇନଜୀବୀ ଧନୋଜ ସାହୁ, ଅଗସ୍ତି କାନୁନଗୋ, ପ୍ରଶାନ୍ତ ଜେନା, ବିଜୟ ବେହେରା, ଆଲୋକ ନନ୍ଦ, ପଂଚାନନ ସାହୁ, ରାଜେନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।