ମାଲବାହୀ ଗାଡ଼ିର ୩ଟି ୱାଗନ ଲାଇନଚୁ୍ୟତ
କଟକ : ଇଷ୍ଟକୋଚ ରେଳବାଇ ଖୋର୍ଦ୍ଧା ଡିଭିଜନ ଅନ୍ତର୍ଗତ କଟକ ରେଳ ଷ୍ଟେସନ ନିକଟସ୍ଥ ଓଏମପି ଓଭରବି୍ରଜ ତଳେ ଯାଇଥିବା ରେଳ ଲାଇନରେ ଆଜି ସକାଳ ସାଢ଼େ ୮ଟା ବେଳେ ମାଲବାହୀ ଗାଡ଼ିର ୩ଟି ୱାଗନ ଲାଇନଚୁ୍ୟତ ହୋଇଥିଲା । ଏଥିରେ କୌଣସି ପ୍ରକାର ଅଘଟଣ ଘଟିନାହିଁ । ୱାଗନ ଲାଇନଚୁ୍ୟତ ହେବା ଫଳରେ ମାଲବାହୀ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ମାତ୍ର, ଏହା ଦ୍ୱାରା କୌଣସି ଯାତ୍ରୀବାହୀ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇନଥିବା ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଏପରିକି ପାରାଦୀପକୁ ଯାଉଥିବା ଟ୍ରେନ ସ୍ୱଭାବିକ ଭାବେ ଯାତ୍ରା କରିଥିଲା । ତେବେ ୱାଗନ ଲାଇନଚୁ୍ୟତ ହେବା କାରଣ ଅସ୍ପଷ୍ଟ ରହିଛି । ଖୋର୍ଦ୍ଧାରୁ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ୱାଗନଗୁଡ଼ିକୁ ଉଦ୍ଧାର କରିଥିଲେ । ଏହାପରେ ମାଲବାହୀ ଗାଡ଼ି ଚଳାଚଳ ସ୍ୱଭାବିକ ହୋଇଥିବା ରେଳବାଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।