ଟିକେଟ୍ କଳାବଜାରୀ  : ବନ୍ଧା ହେଲେ ୭ 

 କଟକ : ଆଗାମୀ ୯ ତାରିଖରେ ଐତିହାସିକ ବାରବାଟୀ ଷ୍ଟାଡ଼ିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ ଆନ୍ତର୍ଜାତିକ କି୍ରକେଟ ମ୍ୟାଚ ଲାଗି ଟିକେଟ କଳାବଜାରୀର ଖବର ସାମନାକୁ ଆସିଛି  । ଏହି ମାମଲାରେ କମିଶନରେଟ ପୋଲିସ ୭ ଜଣଙ୍କୁ ଗିରଫ କରିଥିବାର ସୂଚନା ମିଳିଛି  । ଏହାସହ କଳାବଜାରୀଙ୍କ ଠାରୁ ୨୫ଟି ଟିକେଟ, ୩୦ହଜାର ଟଙ୍କା, ମୋବାଇଲ ଓ ବାଇକ ପୋଲିସ ଜବତ କରିଛି  । ଟିକେଟ କଳାବଜାରୀ ନେଇ ଦରଘାବଜାର ଥାନାରେ ଗୋଟିଏ ଏତଲା ହୋଇଥିବାବେଳେ ପୋଲିସ ଏ ମାମଲାରେ ୩ ଜଣଙ୍କୁ ଗିରଫ କରିବା ସହ ୮ଟି ଟିକେଟ ଓ ୩୦ହଜାର ଟଙ୍କା ଜବତ କରିଛି  । ସେହିପରି କ୍ୟାଣ୍ଟନମେଣ୍ଟ ଥାନାରେ ୩ଟି ମାମଲା ହୋଇଥିବାବେଳେ ପୋଲିସ ୪ ଜଣକୁ ଗିରଫ କରିଛି  । ଏ ନେଇ ପୋଲିସ ଅଧିକ ତଦନ୍ତ କରୁଛି । ଯେକେହିବି କି୍ରକେଟ ମ୍ୟାଚ ଲାଗି ଟିକେଟ କଳାବଜାରୀ କରୁଥିବାର ସୂଚନା ମିଳିବ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି  ।