୨୩୮ କୋଟି ବ୍ୟୟରେ ନିର୍ମିତ ହେବ ଓଭର୍ ବ୍ରିଜ୍

 ନୂଆପଡା : ନୂଆପଡା ସହରର ପ୍ରବେଶ ଦ୍ୱାରରେ ଅବସ୍ଥିତ ଥିବା ରେଳ ଫାଟକରେ ଖୁବ୍ଶୀଘ୍ର ନିର୍ମିତ ହେବ ଓଭର୍ ବ୍ରିଜ୍ । ସେଥିପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜମି ଅଧିଗ୍ରହଣ ପାଇଁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ନୂଆପଡା ତହସିଲଦାର ପ୍ରଣବ ରଞ୍ଜନ ସାହୁ, ଜିଲ୍ଲା ଉପନିବନ୍ଧକ ରାକେଶ କୁମାର ପରିଡ଼ା, ଭୁଅର୍ଜନ ଅଧିକାରୀ ହେମନ୍ତ ପୁଟା, ଉପନିଦେ୍ର୍ଦଶକ ଉଦ୍ୟାନ କୃଷି ହରେକୃଷ୍ଣଚାନ୍ଦ ହାଁସଦା, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଗର୍ଡିଆ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ସୂଚନାଯୋଗ୍ୟ ଯେ,  ୨୩୮ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ଓଭରବ୍ରିଜ ନିର୍ମିତ ହେବ । ଏଥିପାଇଁ ଗୋଡଫୁଲା ଗାଁର ୩.୪୩୪ ଏକର ଏବଂ ପରଶାଗୁଡା ଗାଁ ର ୫.୮୦୫ ଏକର ଜମି ଅଧିଗ୍ରହଣ କରାଯିବ । କ୍ଷତିପୂରଣ ବାବଦରେ ଏଥିପାଇଁ ୧୫,୦୭,୮୬,୦୦୦ ଟଙ୍କା ଜମି ମାଲିକ ମାନଙ୍କୁ ପ୍ରଦାନ କରାଯିବ । ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଶୀଘ୍ରକାମ ଆରମ୍ଭ କରିବା ପାଇଁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଛନ୍ତି ।