ଭୋଗ ମିସ୍ତ୍ରୀଙ୍କ ପରଲୋକ

 ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡର ଆରାଧ୍ୟ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ଦଧିବାମନ ଜୀୟୁଙ୍କ ମିଷ୍ଟାନ ଭୋଗ ତିଆରି କରୁଥିବା ବିଶିଷ୍ଟ ମିଠା ବ୍ୟବସାୟୀ ଭାସ୍କର ସାହୁ (୬୭)ଙ୍କ ଆଜି ଅପରାହ୍ନରେ ହୃଦଘାତରେ ଦେହାନ୍ତ ହୋଇଯାଇଛି । ସ୍ୱର୍ଗତ ସାହୁ ଆଜୀବନ ଜଗନ୍ନାଥ ମହାପ୍ରଭୁଙ୍କର ଉଖୁଡା, ବୁନ୍ଦି ଲଡ଼ୁ, ଫେଣି, ଗଜା, ରସଗୋଲା ଶୁଦ୍ଧପୁତ ଭାବେ ପ୍ରସ୍ତୁତ କରି ମନ୍ଦିରକୁ ଯୋଗାଇ ଆସିଥାଆନ୍ତି । ତାଙ୍କ ମୃତୁ୍ୟ ଖବର ପ୍ରଚାରିତ ହେବାମାତ୍ରେ ସମସ୍ତ ଗୁଡିଆ ସମାଜ,ରାଜ୍ୟ ଡିଲର୍ସ ଫେଡେରେସନ କାର୍ଯ୍ୟକାରୀ ସଭାପତି ରାମଚନ୍ଦ୍ର ସାହୁ, ସମାଜସେବୀ ଦେବରଞ୍ଜନ ସାହୁ, ଆନନ୍ଦପୁର ନଗର ବିଜେପି ସଭାପତି ହେମନ୍ତ ସାହୁ, ଓଡିଶା ନିର୍ମାଣ ନିଗମ କନିଷ୍ଠ ଯନ୍ତ୍ରୀ ଇଂ ଶୁଭାଶିଷ ପାଢ଼ୀଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ସ୍ୱର୍ଗତ ସାହୁଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ମୃତୁ୍ୟ ଶଯ୍ୟା ନିକଟରେ ପନôୀ ମାଳତୀ, ଏକମାତ୍ର ପୁତ୍ର ଶୁଭମ, ଝିଅ ମାମାଲି, ଗୁଡୁଲୀ, ସୋନାଲି, ଜ୍ୱାଇଁ ପିଙ୍କୁଙ୍କ ସମେତ ଆତ୍ମୀୟ ସ୍ୱଜନ ଉପସ୍ଥିତ ରହିଥିଲେ ।