୪ ହାଇୱା ଜବତ; ୨ ଚାଳକ କୋର୍ଟଚାଲାଣ

୪ ହାଇୱା ଜବତ; ୨ ଚାଳକ କୋର୍ଟଚାଲାଣ

ପାଣିକୋଇଲି : ଏହି ଥାନା ଅନ୍ତର୍ଗତ ବୁଢାନଦୀ ଘାଟରୁ ଚୋରା ବାଲି ଚାଲାଣ କରୁଥିବା ବେଳେ ୪ ବାଲି ବୋଝେଇ ହାଇୱାକୁ  ପୁଲିସ ଜବତ କରିଛି । ପ୍ରକାଶଯେ ପାଣିକୋଇଲି ପୁଲିସ ସନ୍ଧ୍ୟା କାଳୀନ ପାଟ୍ରୋଲିଂ କରୁଥିବା ବେଳେ ରୁଢିଆ ନିକଟରେ ଦୁଇ ଓ ସକାଳୁ ଓଡ଼ି୨୨କେ-୫୯୩୮, ଓଆର୦୨ବିପି-୭୬୨୩, ଓଡ଼ି୨୨କ୍ୟୁ-୪୨୭୩ ଏବଂ ଓଡ଼ି୨୨ଏସ-୮୩୧୨ ବାଲି ବୋଝେଇ ହାଇୱା ସଠିପୁର ଆଡ଼କୁ ଆସୁଥିବା ବେଳେ ପୁଲିସ ତାଙ୍କୁ ଅଟକାଇ ବାଲି ଚାଲାଣ ସମ୍ବନ୍ଧୀୟ କାଗଜ ପତ୍ର ମାଗିଥିଲା । ମାତ୍ର ହାଇୱାର ଚାଳକ କୈାଣସି କାଗଜପତ୍ର ଦେଖାଇ ନପାରିବାରୁ ପୁଲିସ ହାଇୱାକୁ ଥାନାକୁ ନେଇଆସିଥିଲା । ଏନେଇ ଥାନାରେ ଏକ ମାମଲା ୫୦/୨୫ ଓ ୫୧/୨୫ ମାମଲା ରୁଜୁ କରାଯିବା ସହିତ ହାଇୱାର ଚାଳକମାନଙ୍କୁ ଥାନାକୁ ଅଣାଯାଇଥିଲା ।  ହାଇୱା ଚାଳକ  କଟକ ଜିଲା ନରସିଂପୁର ଥାନା ମନ୍ଦାଠୋଲା ଗ୍ରାମର ପ୍ରଭାତ କୁମାର ସାହୁଙ୍କ ପୁଅ ବିଭୂତି (୩୦) ଓ  ଭଦ୍ରକ ଜିଲା ଭଦ୍ରକ ଗ୍ରାମଂଚଳ ଥାନା ରାଣୀତାଲ ତଗିରା ଗ୍ରାମର ଚନ୍ଦ୍ରମଣି ବଳଙ୍କ ପୁଅ ରାଜେନ୍ଦ୍ର (୩୪)ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ରଂଜିତ କୁମାର ମହାନ୍ତିଙ୍କ ସୂତ୍ରରୁ ପ୍ରକାଶ ।