ଧାନ କିଣାରେ କଟକଣା : କଟନି ଛଟନି ନେଇ ଚିନ୍ତାରେ ଚାଷୀ

 ଧର୍ମଶାଳା : ମଣ୍ଡିରେ ବିଭିନ୍ନ କଟକଣା ଯୋଗୁଁ ଚାଷୀ ଧାନ ବିକ୍ରି କରିବାରୁ ବଞ୍ଚôତ ହୋଇଛନ୍ତି । କଟନି ଛଟନି ହେବନାହିଁ ବୋଲି ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ, ଏବେ ୫ରୁ ୭କିଲୋ ପର୍ଯ୍ୟନ୍ତ କଟନିଛଟନି କରାଯାଉଛି । ମିଲର ନିୟମିତ ଗାଡ଼ି ପଠାଉ ନଥିବାରୁ ମଣ୍ଡିରୁ ଧାନ ଉଠି ପାରୁନାହିଁ । 
ଏକାଧିକ ଦିନ ମଣ୍ଡିରେ ଧାନ ପଡ଼ି ରହୁଛି । ଟୋକନ ଅବଧି ସରି ଯାଉଥିବାରୁ କିଛି ଚାଷୀଙ୍କ ଧାନ ବିକ୍ରି କରିପାରିବେ କି ନାହିଁ ସନେ୍ଦହରେ ଘାରି ହେଉଛନ୍ତି । ମିଲର ନିଜ ମନମାନିରେ ଧାନ କିଣୁଥିବାରୁ ଚାଷୀମାନେ ଅମଳ କରିଥିବା ସବୁ ଧାନ ବିକ୍ରି ହେବାରେ ସମସ୍ୟା ଦେଖା ଦେଇଛି । ଚାଷୀମାନେ ସେମାନଙ୍କ ବଳକା ଧାନକୁ କାହାକୁ ବିକ୍ରି କରିବେ ବୋଲି ଏବେ ଦ୍ୱନ୍ଦରେ ପଡ଼ିଛନ୍ତି । ସୂଚନା ଅନୁସାରେ, ଧର୍ମଶାଳା ବ୍ଲକ୍ ଅଧିନ ୪୫ଟି ପଂଚାୟତର ୩୪୪୬ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ସେମାନଙ୍କ ନାମ ଅନ୍ଲାଇନ୍ରେ ପଞ୍ଜୀକୃତ କରିଥିଲେ । ୧୪ଟି କୃଷି ସମବାୟ ସମିତି ଓ ୨ଟି ଏସ୍ଏଚ୍ଜି ମାଧ୍ୟମରେ ୯୪ହଜାର ୪୧୬ କି୍ୱଂଟାଲ ଧାନ କିଣିବାକୁ ସମବାୟ ବିଭାଗ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ତେବେ ମିଲରମାନଙ୍କ ଅସହଯୋଗ ଓ ବିଭାଗୀୟ ଅବହେଳାରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଧାନକିଣା ଧାର୍ଯ୍ୟ ଲକ୍ଷ୍ୟରେ ପହଁଚିବା ସମ୍ଭବପର ନୁହେଁ ବୋଲି ଆଶଙ୍କା କରାଯାଇଛି । ଧାନ ବିକ୍ରି କରିବାପାଇଁ ଅନ୍ଲାଇନ୍ରେ ନାମ ପଞ୍ଜୀକୃତ କରିଥିବା ଅଭୟପୁର ସମିତିର ୩୫୫ଜଣଙ୍କ ଚାଷୀଙ୍କ ଠାରୁ ୧୧ହଜାର ୧୧୭କ୍ୱିାଂଲ, ମହିସରାର ୨୭୬ଜଣଙ୍କ ଠାରୁ ୯୭୮୧କ୍ୱିଂଟାଲ, କଂଟିିଗଡ଼ିଆର ୨୮୭ଜଣଙ୍କ ଠାରୁ ୭୯୧୦ କ୍ୱିଣ୍ଟାଲ, ଆରୁହାର ୩୫୩ଜଣଙ୍କ ଠାରୁ ୮୭୧୯ କ୍ୱିଣ୍ଟାଲ, ରେଖିଦେଈପୁରର ୩୧୦ଜଣଙ୍କ ଠାରୁ ୭୭୧୫ କ୍ୱିଂଟାଲ ଧାନ କିଣିବାପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ସେହିପରି  ଜେନାପୁରର ୨୦୬ଜଣଙ୍କ ଠାରୁ ୪୩୪୬ କ୍ୱିଣ୍ଟାଲ, ମିର୍ଜାପୁରର ୮୪ଜଣଙ୍କ ଠାରୁ ୧୬୦୬ କ୍ୱିଂଟାଲ ଧାନ,ା ଚୋରମୁହାଁର ୩୦୦ଜଣଙ୍କ ଠାରୁ ୯୬୯୫ କ୍ୱିଣ୍ଟାଲ, ଅରେଇକଣାର ୨୬୩ଜଣଙ୍କ ଠାରୁ ୬୧୨୭ କ୍ୱିଣ୍ଟାଲ, ଦେଓଦାର ୩୫ଜଣଙ୍କ ଠାରୁ ୬୪୯ କ୍ୱିଣ୍ଟାଲ, କୋତପୁରର ୨୫୧ଜଣଙ୍କ ଠାରୁ ୧୫୦୦ କ୍ୱିଣ୍ଟାଲ, ମଧୁପୁରଗଡ଼ର ୧୭୬ଜଣଙ୍କ ଠାରୁ ୩୯୭୩ କ୍ୱିଣ୍ଟାଲ, ମଧୁସୂଦନପୁରର୧୯୫ଜଣ ଚାଷୀଙ୍କ ଠାରୁ ୩୯୧୫ କ୍ୱିଣ୍ଟାଲ,ଏଣ୍ଡଳବାର ଗ୍ରାମ ପଂଚାୟତ ଏସ୍ଏଚ୍ଜି ମାଧ୍ୟମରେ ୨୪୫ଜଣଙ୍କ ଠାରୁ ୮୯୦୪ କ୍ୱିଣ୍ଟାଲ ଧାନ କିଣିବାପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବେଳେ ୧୪୨ଜଣଙ୍କ ଠାରୁ ୮୮୯୮.୪୧କ୍ୱିଣ୍ଟାଲ ଧାନ ସଂଗ୍ରହ ପରେ ଧାନକିଣା ବନ୍ଦ କରାଯାଇ ଏଣ୍ଡଳବା ପ୍ୟାକ୍ସ ମାଧ୍ୟମରେ୧୭ଜଣ ଚାଷୀଙ୍କଠାରୁ ୪୯୨.୩୨କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଛି । ସମ୍ପାରୁର ଧେଉଳାଇ ଏସ୍ଏଚ୍ଜି ମାଧ୍ୟମରେ ୧୭୨ଜଣ ଚାଷୀଙ୍କ ଠାରୁ ୫୯୬୦ କ୍ୱିଣ୍ଟାଲ ଧାନ କିଣିବାପାଇଁ ଲକ୍ଷଧାର୍ଯ୍ୟ କରାଯାଇଛି । ମଣ୍ଡି ଖୋଲିବାରେ ବିଳମ୍ବ ହେବା, ଅମଳଠାରୁ କମ୍ ପରିମାଣର ସଂଗ୍ରହ, ଧାନର ଆଦ୍ରତା, ଏଫ୍ ଏକୁ୍ୟ ମାନ ନିର୍ଦ୍ଧାରଣ, ସମବାୟ ଅଧିକାରୀ ଓ ମିଲରଙ୍କ ଦୌରାତ୍ମ୍ୟ, ଅଖା ପଇସା ନମିଳିବା ଓ ବିକ୍ରି ଅର୍ଥ ମିଳିବାରେ ବିଳମ୍ବ ଆଦି କାରଣ ଧାନ ବିକ୍ରିରେ ବାଧକ ହୋଇଛି । ବ୍ଲକ୍ସ୍ତରୀୟ ତଦାରଖ କମିଟି ଧାନ ବିକ୍ରିର ତଦାରଖ କଲେ ଚାଷୀଙ୍କ ସମସ୍ୟା ରୁହନ୍ତା ନାହିଁ ବୋଲି କୃଷକ ନେତା ବସନ୍ତ କୁମାର ପରିଡ଼ା କହିଛନ୍ତି । ଧାନବିକ୍ରି ନହେବା ଭୟରେ ଚାଷୀ ବାଧ୍ୟ ହୋଇ ନିଜ ଖର୍ଚ୍ଚରେ ମିଲରେ ନେଇ ଧାନ ବିକି୍ର ଦେଉଥିବା ଦେଖିବାକୁ ମିଳୁଛି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି ।