୬ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଫେବୃଆରି ୨ ରୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ । ଏନେଇ ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ରାଷ୍ଟ୍ରପତି ଯିବାକୁ ଥିବା ରାସ୍ତା ଗୁଡିକରେ କମିଶନରେଟ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି । ୨ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ରାଷ୍ଟ୍ରପତି ।
- ୨ ଫେବୃଆରି :- ସନ୍ଧ୍ୟା ୬.୨୦ରୁ ୬.୫୫ ଯାଏଁ ଏୟାରପୋର୍ଟ ଛକ, ହସ୍ପିଟାଲ ଛକ,ଏ.ଜି ଛକ, ଲୋକଭବନ ଛକ ରାସ୍ତାରେ କଟକଣା
- ୩ ଫେବୃଆରୀ :- ସକାଳ ୮.୧୫ରୁ ୮.୪୫ ମିନିଟ୍ ଯାଏଁ ଲୋକଭବନ ଛକ, ଏଜି ଛକ, ହସ୍ପିଟାଲ ଛକ, ଏୟାରପୋର୍ଟ ଛକ ରାସ୍ତାରେ କଟକଣା
- ୬ ଫେବୃଆରୀ :- ଅପରାହ୍ନ ୧ଟାରୁ ୧ଟା ୪୫ ମିନିଟ୍ ଯାଏଁ ଏୟାରପୋର୍ଟ ଛକ, ହସ୍ପିଟାଲ ଛକ,ଏଜି ଛକ, ଲୋକଭବନ ଛକ ରାସ୍ତାରେ କଟକଣା
- ଅପରାହ୍ନ ୩.୫୫ ମିନିଟ୍ରୁ ୪.୨୫ ମିନିଟ୍ ଯାଏଁ ଲୋକଭବନ ଛକ, ପାୱାର ହାଉସ ଛକ, ୧୨୦ ବିଏନ ଛକ, ଶାସ୍ତ୍ରୀନଗର ଛକ, ବେହେରା ସାହି ଛକ, ଜୟଦେବ ବିହାର ଛକ, ଏକ୍ସଆଇଏମବି ଛକ ଯାଏଁ କଟକଣା
- ସନ୍ଧ୍ୟା ୫.୧୫ ମିନିଟ୍ରୁ ୫.୫୦ ଯାଏଁ ଏକ୍ସଆଇଏମବି ଛକ, ଜୟଦେବ ବିହାର ଛକ, ବେହେରା ସାହି ଛକ, ଶାସ୍ତ୍ରୀ ନଗର ଛକ, ୧୨୦ ବିଏନ ଛକ, ପାୱାର ହାଉସ ଛକ, ଲୋକଭବନ ଛକ ଯାଏଁ କଟକଣା
- ୭ ଫେବୃଆରୀ :- ସକାଳ ୮.୫୦ ମିନିଟରୁ ୯.୨୦ ମିନିଟ୍ ଯାଏଁ ଲୋକଭବନ ଛକ, ଏଜି ଛକ, ହସ୍ପିଟାଲ ଛକ, ଏୟାରପୋର୍ଟ ଛକ ରାସ୍ତାରେ କଟକଣା