ସୋରରେ ଲଜ୍ଜା ; +୨ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
ବାଲେଶ୍ୱର ସୋର ଥାନା ଅଞ୍ଚଳରେ ଲଜ୍ଜା । ଟିଉସନ୍ରୁ ଫେରିବା ବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ଏନେଇ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଜାର ରଖିଛି ।
ସୂଚନା ଅନୁସାରେ, +୨ ଛାତ୍ରୀ ଜଣଙ୍କ ଶନିବାର ସଂଧ୍ୟାରେ ଟିଉସନ୍ ସାରି ଘରକୁ ଫେରୁଥିବା ବେଳେ ଦୁଇଜଣ ଯୁବଙ୍କ ତାଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ଛାତ୍ରୀ ଜଣକ ଚିକ୍ରାର କରିବାରୁ ଯୁବକ ଦ୍ୱୟ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରୁ ଛାତ୍ରୀଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।