ୱାକଫ ବିଲ୍ ପ୍ରତ୍ୟାହାର ଦାବିରେ ପଦଯାତ୍ରା

 ଜଟଣୀ : ସାମାଜିକ ଅନୁଷ୍ଠାନ ରହେମତ୍ ଟ୍ରଷ୍ଟ ଆନୁକୂଲ୍ୟରେ କେନ୍ଦ୍ର ସରକାର ଲାଗୁ କରିବାକୁ ଯାଉଥିବା ୱାକଫ୍ ଆମେଣ୍ଡମେଣ୍ଟ ବିଲ୍ ପ୍ରତ୍ୟାହାର ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି  । ଟ୍ରଷ୍ଟର ଉପଦେଷ୍ଟା ମହମ୍ମଦ ଇଫତେଖାର ଅଲ୍ଲୀ ଓ ସଭାପତି ଶୟଦ୍ ଫୟେଜୁଲାଙ୍କ ନେତୃତ୍ୱରେ ଶତାଧିକ ମୁସଲିମ ଲୋକମାନେ ଡକ୍ଟର ବାବା ସାହେବ୍ ଆମ୍ବେଦକରଙ୍କ ଫଟୋଚିତ୍ର ସମ୍ବଳିତ ବ୍ୟାନରରେ ହିନ୍ଦୀ, ଇଂରାଜୀ, ଉର୍ଦ୍ଦୁ ଓ ଓଡ଼ିଆ ଭାଷାରେ ଲେଖା ଫ୍ଲାକ୍ କାର୍ଡ ଧରି ହରି ଭାଇନା ଛକଠାରୁ ସୀତାରାମ ଛକ ପର୍ଯ୍ୟନ୍ତ ଏକ ନିରବ ପଦଯାତ୍ରା କହିଥିଲେ  ।