କଂଗ୍ରେସ ପକ୍ଷରୁ ସୌମ୍ୟାଶ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଓ ଦୀପଦାନ
ଜଟଣୀ : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ବାଲେଶ୍ୱର ଫକୀର ମୋହନ କଲେଜର ଦିବଙ୍ଗତା ଛାତ୍ରି ସ୍ୱର୍ଗତା ସୌମ୍ୟାଶ୍ରି ବିଶିଙ୍କ ଆତ୍ମାର ସଦଗତି ନିମନ୍ତେ ଜଟଣୀ ନଗର କଂଗ୍ରେସ ତରଫରୁ ଦୀପଦାନ କରାଯାଇଛି । ନଗର ସଭାପତି ଅଶୋକ କୁମର ମଙ୍ଗରାଜଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନଙ୍କ ଉପସ୍ଥିତିରେ ଜଟଣୀ ସହରର ୭ନମ୍ବର ୱାର୍ଡରୁ ଏକ ଶୋଭା ଯାତ୍ରା ବାହାରି ସ୍ଥାନୀୟ ଭୂତନାଥ ମନ୍ଦିର ଠାରେ ଆତ୍ମାର ସଦଗତୀ ନିମନ୍ତେ ୨ ମିନିଟ ନୀରବ ପର୍ଥନା କରାଯିବା ସହିତ ବଳଙ୍ଗା ନିକଟସ୍ଥ ବାୟାବର ଗ୍ରାମର ପୀଡ଼ିତା ଯୁକ୍ତ ଦୁଇ ଛାତ୍ରୀଙ୍କ ଆସୁ ଆରୋଗ୍ୟ କାମନା କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଥିଲା । କାର୍ଯ୍ୟକ୍ରମରେ ଶୁଭ୍ରାଂସୁ ଶେଖର ପଟ୍ଟନାୟକ, ଶରତ ଚନ୍ଦ୍ର ତ୍ରିପାଠୀ, ଦିଲୀପ କୁମାର ପ୍ରଧାନ, ବୃନ୍ଦାବନ ସାହୁ, ଦଳିତ ସଂଘର ସଭାପତି ସୁରେଶ ଚନ୍ଦ୍ର ନାୟକ, ଗିରିଜା ଜେନା, ଦୁଃଶାସନ ସ୍ୱାଇଁ, ବିଷ୍ଣୁ ମହାପାତ୍ର, ସୁଶାନ୍ତ କୁମାର ମଙ୍ଗରାଜ, ପିଣ୍ଟୁ ସାହୁ, ସତ୍ୟଭାମା ସ୍ୱାଇଁ, ଅମିନା ବେଗମ ପ୍ରମୁଖ ଯୋଗଦେଇ ଥିଲେ ।
ନାଉଗାଁ : ନାଉଗାଁ ବ୍ଲକ କଂଗ୍ରେସ ତରଫରୁ ସୌମ୍ୟଶ୍ରୀ ବିଶିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ନାଉଗାଁ ବ୍ଲକ ଅନ୍ତର୍ଗତ ଘୋଡାନ୍ସ ଛକ ଠାରେ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ବିଚିତ୍ରାନନ୍ଦ ଲେଙ୍କାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ପ୍ରଦେଶ ଛାତ୍ର କଂଗ୍ରେସ ଉପସଭାପତି ପ୍ରିତମ ପରିଜା, ମନୋଜ ଦାଶ, ଅଜୟ ବାରିକ, ସୁରେନ୍ଦ୍ର ମହାନ୍ତି, ରବୀନ୍ଦ୍ର ବାରିକ, ରିତେଶ ସାହୁ, ସୁକାନ୍ତ ଗୋଛାୟତ, ବିଜୟ ବେହେରା, କାଳନ୍ଦୀ ବାରିକ, ପ୍ରହଲ୍ଲାଦ ବିଶ୍ୱାଳ, ସୁବ୍ରତ ରାୟ, ପ୍ରଶାନ୍ତ ସ୍ୱାଇଁ, କେଦାର