ପୁଣି ଦୋହଲିଲା ପୁଞ୍ଜି ବଜାର , ଉଡିଗଲା ୧୦ ଲକ୍ଷ କୋଟି

ଏଜେନ୍ସି ।ା ମୁମ୍ବାଇ : ଶୁକ୍ରବାର ଶେୟାର ବଜାରରେ ବଡ଼ ଧରଣର ହ୍ରାସ ଘଟିଛି । ଫଳରେ ପୁଣି ଥରେ ଦୋହଲି ଯାଇଛି ଶେୟାର ବଜାର ।  ନିବେଶକମାନେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା ହରାଇଛନ୍ତି । ବ୍ୟାଙ୍କ ନିଫଟି ସମେତ କ୍ଷୁଦ୍ର ପୁଞ୍ଜି ଏବଂ ମଧ୍ୟମ ପୁଞ୍ଜି ସୂଚକାଙ୍କ ବହୁମାତ୍ରାରେ ହ୍ରାସ ପାଇଥିଲା । ବ୍ୟାଙ୍କ ନିଫ୍ଟି ୧୧୦୦ ପଏଣ୍ଟ ତଳକୁ ଖସିପଡ଼ିଥିବାବେଳେ ସେନ୍ସେକ୍ସ ୯୦୦ ପଏଣ୍ଟ କମି ଯାଇଥିଲା । ନିଫଟି ମଧ୍ୟ ୩୦୦ ପଏଣ୍ଟ ହ୍ରାସ ପାଇ ୨୪୧୦୦କୁ ଖସିଆସିଥିଲା । ଗତ କିଛିଦିନ ହେବ ବିଦେଶୀ ନିବେଶକମାନେ ଶେୟାର ବଜାରରୁ ପୁଞ୍ଜି ପ୍ରତ୍ୟାହାର କରିନେଉଥିବାରୁ ଭାରତୀୟ ଷ୍ଟକ ବଜାରରେ ଏହାର ଗୁରୁତର ପ୍ରଭାବ ପଡ଼ିଛି । ସେନସେକ୍ସ ଏବଂ ନିଫଟି ପ୍ରତିଦିନ ହ୍ରାସ ପାଇବାରେ ଲାଗିଛି । ଗୋଟିଏ ଦିନରେ ବିଏସଇ ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ପୁଞ୍ଜି ବଜାର ୯.୮ ଲକ୍ଷ କୋଟି ହ୍ରାସ ପାଇଁ ୪୩୫.୧ ଲକ୍ଷ କୋଟିରେ ପହଞ୍ଚିଛି ।