ଜିହାଦର ଆହ୍ୱାନ ଦେଇଥିଲା ପାକ୍
ନୂଆଦିଲ୍ଲୀ: ଭାରତ ବିରୋଧରେ ପାକ୍ ଦେଇଥିଲା ଜିହାଦର ଆହ୍ୱାନ । ବିଶ୍ୱର ସବୁ ମୁସଲିମଙ୍କୁ ଏକାଠି କରିବାକୁ ବି ଯୋଜନା କରିଥିଲା । ଭାରତ ବିରୋଧରେ ପାକ୍ ଚଳାଇଥିବା ଅଭିଯାନର ନାମ ଥିଲା ବୁନ୍ୟାନ୍ ଉମ ମାରୋସୁସ । ଏହା ଏକ ଆରବିକ ଶବ୍ଦ ହୋଇଥିବାବେଳେ ତାହା କୋରାନରୁ ଆନୀତ । ଯାହାର ଅର୍ଥ ହେଉଛି ଦୃଢ଼ ଏକତା ।
ସକାଳ ପ୍ରାର୍ଥନା ପରେ ପାକ୍ ଏଭଳି ଅଭିଯାନ ଆରମ୍ଭ କରିଥିବାବେଳେ ନାରା-ଇ-ତକବୀର, ଆହ୍ଲାହୁ ଆକବର ବୋଲି ନାରା ଦେଇଥିଲା । ଭାରତର ମୁସଲିମ୍, ବାଂଲାଦେଶ ଓ ପୂର୍ବ ଭାରତର ମୁସଲିମମାନଙ୍କୁ ଜିହାଦ୍ କରିବା ପାଇଁ ପାକ୍ ଏକ ବିଫଳ ରଣନୀତି କରିଥିଲା । ୧୯୪୭ରେ ପାକ୍ ମଧ୍ୟ ମୁସଲିମଙ୍କୁ ନେଇ ଗୋଟି ଚଳାଇଥିଲା । ସେତେବେଳେ ଅପରେସନ୍ ଗୁଲମାର୍ଗ ବି ବିଫଳ ହୋଇଥିଲା । ୧୯୬୫ରେ ପାକ୍ ଅପରେସନ ଗିବ୍ରାଲତାର ଜରିଆରେ କାଶ୍ମୀର ୧୦ଟି ଗ୍ରୁପ୍ ଜିହାଦୀଙ୍କୁ ପଠାଇଥିଲା । ରଜକର ଓ ଆର୍ମିର କିଛି ସଦସ୍ୟ ଏଭଳି ବାହିନୀ ଗଠନ କରିଥିଲେ । ଏଥର ବି ପାକର ମୁସଲିମ୍ ରଣନୀତିକୁ ମୁସଲିମ ଦେଶମାନେ ହିଁ ବିଫଳଦ୍ଭ କରିଦେଇଛନ୍ତି । ଅଧିକାଂଶ ମୁସଲିମ୍ ରାଷ୍ଟ୍ର ଭାରତର ଆକ୍ରମଣ ବେଳେ ପାକକୁ ସମର୍ଥନ କରିନଥିଲେ । ପାକ୍ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ ବି ଭାରତ ବିରୋଧୀ ହେବାକୁ ଅନେକ ମୁସଲିମ ରାଷ୍ଟ୍ର ଆଗ୍ରହ ପ୍ରକାଶ କରିନଥିଲେ । ବରଂ ଉଭୟ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବାକୁ ନିବେଦନ କରିଥିଲେ ।