ଅଜଣା ଗାଡ଼ି ଧକ୍କାରେ ମହିଳା ମୃତ
ହିନେ୍ଦାଳ : ଢେଙ୍କାନାଳ ଜିଲ୍ଲା ଗୁଡିଆକାଟେଣୀ ହିନେ୍ଦାଳ ରାସ୍ତା ରାଇସ ମିଲ ନିକଟ ସରପା ଛକରେ ଅଜଣା ଗାଡ଼ି ଧକ୍କାରେ ମହିଳାଙ୍କ ମୃତୁ୍ୟ ହୋଇଯାଇଛି । ମହିଳା ହେଲେ ଗୁଡିଆ କାଟେଣୀ ଗ୍ରାମର ଗୀତାଞ୍ଜଳୀ ବେହେରା । ସୂଚନା ଅନୁଯାୟୀ ଗୋଟିଏ ସ୍କୁଟିରେ ତିନିଜଣ ନିଜ ସମ୍ପର୍କୀୟ ଘର କାରନ୍ଦାରୁ ଗୁଡିଆକାଟେଣୀ ଫେରୁଥିବା ସମୟରେ ସରପାଛକରେ ଏକ ଅଜଣା ଗାଡ଼ି ସ୍କୁଟିକୁ ଧକ୍କା ଦେବା ଫଳରେ ତିନିଜଣ ତଳେ ପଡି ଯାଇଥିଲେ । ଅନ୍ୟ ଦୁଇଜଣ ଅଳ୍ପକେ ରକ୍ଷାପାଇ ଯାଇଥିବା ବେଳେ ମହିଳାଙ୍କ ଉପରେ ଗାଡି ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତୁ୍ୟ ଘଟିଥିଲା । ଅନ୍ୟ ଦୁଇଜଣଙ୍କ ମଧ୍ୟରେ ଜଣେ ମୃତକଙ୍କ ପୁଅ ହୋଇଥିବାବେଳେ ଅନ୍ୟଜଣେ ତାଙ୍କର ସମ୍ପର୍କୀୟ । ଉଭୟଙ୍କୁ ସ୍ଥାନୀୟ ଲୋକେ ଚିକିସôା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ପଠାଇଛନ୍ତି ।