ଶାନ୍ତିପୂର୍ଣ୍ଣ  ନିର୍ବାଚନକୁ ଗୁରୁତ୍ୱ

 ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଅନୁଷ୍ଠିତ ହେବାକୁଥିବା ସାଧାରଣ ର୍ନିବାଚନର ସୁପରି·ଳନା ନିମନ୍ତେ ପ୍ରସ୍ତୁତି ଓ ପଦକ୍ଷେପର ତଦାରଖ ପାଇଁ ସାଧାରଣ ପର୍ଯ୍ୟବେକ୍ଷକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଢେଙ୍କାନାଳ ପାଇଁ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ଅନୁ ଚୌଧୁରୀ ଓ  ପହମ ସିଂ ଆଲମା ମିଳିତ  ଭାବେ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ । ମତଦାନ ନିମନ୍ତେ ଭୋଟର୍ଙ୍କ ସୁବିଧା, ବୁଥ ଗୁଡ଼ିକର ସ୍ଥାନ ଓ ସ୍ଥିତି, ଇଭିଏମ ପ୍ରସ୍ତୁତି, ପୋଲିଂ ଅଧିକାରୀ, ସେକ୍ଟର ଅଧିକାରୀ, ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କ ପ୍ରଶିକ୍ଷଣ, ର୍ନିବାଚନ ଖର୍ଚ୍ଚ ପରି·ଳନା, ସି ଭିଜିଲ ରିପୋର୍ଟ, ଏମସିଏମସି ରିପୋର୍ଟ, ପୋଷ୍ଟଲ ବାଲାଟ , ହୋମ ଭୋଟିଂ, ସମ୍ବେଦନଶୀଳ ବୁଥ, ପୁଲିସ ମୁତୟନ, ଆବଶ୍ୟକ ପୁଲିସ୍ ଫୋର୍ସ, ଫ୍ଲାଇଙ୍ଗ ସ୍କ୍ୱାଡ଼, ଏସ ଏସ ଟି, ପୋଲିସ ଟିମ୍ ଓ ଅବକାରୀ ବିଭାଗ ଦ୍ୱାରା ବେଆଇନ ନିଶାଦ୍ରବ୍ୟ, ଟଙ୍କା ଜବତ ଉପରେ ସମୀକ୍ଷା କରାଯାଇଥିଲା । 
ଜିଲ୍ଲାରେ ଚଳିତ ମାସ ୨୫ ତାରିଖରେ ହେବାକୁ ଥିବା ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ପରି·ଳନାକୁ ସମ୍ପୂର୍ଣ  ନିରପେକ୍ଷ ଓ ଶାନ୍ତିପୂର୍ଣ ଭାବେ ସମାପନ ହେବ ବୋଲି  ପର୍ଯ୍ୟବେକ୍ଷକ ଆଶାବ୍ୟକ୍ତ କରିଥିଲେ ।