ଗୋରୁ ବୋଝେଇ ଗାଡ଼ି ଜବତ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ପୁଲିସ ଆଜି ବେଆଇନ ଭାବରେ ଯାଉଥିବା ଏକ ଗାଈ ବୋଝେଇ ଗାଡିକୁ ଜବତ କରିଛି । ମିଳିଥିବା ସୂଚନା ଅନୁସାରେ ସଦର ଥାନା ଅନ୍ତର୍ଗତ ଚାଉଳିଆ ଗ୍ରାମ ଠାରୁ ପିକଅପ ଗାଡ଼ି ଯାହାର ନଂ ଓଡି୦୫ବିକେ୧୫୩୮ରେ ଲଦାଲୁଦି କରି ୮ଗୋଟି ଗାଈକୁ ବେଆଇନ ଭାବରେ ଜିଲ୍ଲା ବାହାରକୁ ନେଉଥିବାର ଖବର ପ୍ରଥମେ ବଜରଙ୍ଗ ଦଳ ପୁଲିସକୁ ଜଣାଇଥିଲେ ଓ ପୁଲିସ ପେଟ୍ରୋଲିଙ୍ଗ କରି ଉକ୍ତ ଗୋରୁ ବୋଝଇ ଗାଡିକୁ କପିଳାସ ଛକ ଠାରେ ଭୋର ୪ଟା ସମୟରେ ଗାଡିକୁ ଧରୀ ଗଁଦିଆ ଥାନାକୁ ଆଣିଥିଲେ । ଗାଡ଼ିରେ ଥିବା ଚାଳକ ଓ ହେଲପର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୁଲିସ ଗାଡି ଜବତ କରି କେସ ନଂ ୧୭୮,ରେ ଏକ ମାମଲା ରୁଜୁ କରିବା ସହିତ ଉକ୍ତ ଜବତ ଗାଈ ମାନଙ୍କୁ ଉକ୍ତ ବ୍ଲକରେ ଥିବା ଗୋଶାଳରେ ନେଇ ଛାଡ଼ିଛି ।