ପୁଲିସ ହାତରେ ଗଞ୍ଜେଇ ବେପାରୀ

 ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୋଟଗାଁ ପୁଲିସ ହାତରେ ଧରା ପଡିଛି ଗଂଜେଇ ବେପାରୀ  । ସୂଚନାଯୋଗ୍ୟ ଗତକାଲି ରାତି ପ୍ରାୟ ୨ ଟା ସମୟରେ ମୋଟଗାଁ ଥାନା ଅଧିକାରୀ ଦୀପକ କୁମାର ଲେଙ୍କା ଏବଂ ତାଙ୍କ ଟିମ ରାତି ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗୁଡିÿଆ କାଟେଣୀ ବସ ଷ୍ଟାଣ୍ଡ ଠାରୁ ବିଶ୍ୱଜିତ ବେହେରା(ବିକି), ବୟସ -୨୫ ବର୍ଷ, ଘର କାମାକ୍ଷାନଗର ଗୋଡିସାହି ଅଂଚଳ ଯୁବକକୁ ପୁଲିସ କାବୁକରିଛି  । ଯାହାଙ୍କ ନିକଟରୁ ୨୫କେଜି ୧୬୦ ଗ୍ରାମ ପରିମାଣର ଗଂଜେଇ ଜବତ ହୋଇଛି  । ଯାହାକି ଦେବଗଡରୁ ୩୦୦୦ ଟଙ୍କାରେ କିଣି ଭୁବନେଶ୍ୱରେ ବିକ୍ରି କରେ ବୋଲି ପ୍ରକାଶ କରିଛି  । ଏ ବାବଦରେ ମୋଟଗାଁ ପୁଲିସ କେସ ନମ୍ବର ୧୮୮/୨୦୨୫ ରୁଜୁ କରିବା ସହ ବିକିକୁ କୌର୍ଟ ଚାଲାଣ କରିଛି  । ଖବର ଲେଖା ହେବା ପର୍ଯ୍ୟନ୍ତ ବିକିର ଜାମିନ ମିଳିନଥିବାରୁ ତାକୁ ଜିଲ୍ଲା କାରାଗାରକୁ ପଠାଇ ଦିଆ ଯାଇଛି  ।