ଖଣି ଅଞ୍ଚଳରେ ଛଅମାସ ପାଇଁ ଏସମା ଲାଗୁ
ତାଳଚେର : ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ ତାଳଚେର ଅଂଚଳରେ ଥିବା ଏନଟିପିସି, ଟିଟିପିଏସ୍ ଏବଂ ଏମସିଏଲର ସମସ୍ତ କୋଇଲା ଖଣି ଗୁଡିକରେ ଛଅମାସ ଏସମା ଲାଗୁ କରାଯାଇଛି । ଏଥିନିମନ୍ତେ ଦଫା ୨(ଖ) ଅତ୍ୟାବଶକୀୟ କାର୍ଯ୍ୟ ସମ୍ପାଦନାରୁ ବିନା ଅନୁମତିରେ ଅନୁପସ୍ଥିତ ରହିବା ଆନେ୍ଦାଳନରେ ଅନ୍ତର୍ଭୂକ୍ତ, ଦଫା ୬ ବେଆଇନ୍ ଆନେ୍ଦାଳନ ଏକ ଦଣ୍ଡନୀୟ ଅପରାଧ । ୫ଶହ ଟଙ୍କା ଅର୍ଥଦଣ୍ଡ, ଦଫା ୭ ବେଆଇନ୍ ଆନ୍ଦୋଳନକୁ ପ୍ରବର୍ତ୍ତାଇବା ଏକ ଦଣ୍ଡନୀୟ ଅପରାଧ, ଦଫା ୮ ପୁଲିସ ବିନା ୱରେଂଟରେ ଗିରଫ କରିପାରିବ । ଏଣୁ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ଯେ, ବେଆଇନଭାବେ ଆନେ୍ଦାଳନ କରି ଖଣି କାର୍ଯ୍ୟରେ ବାଧାସୃଷ୍ଟି କରନ୍ତୁ ନାହିଁ । ଜାତୀୟ ସ୍ୱାର୍ଥ ରକ୍ଷା କରିବା ସମସ୍ତଙ୍କର କର୍ତ୍ତବ୍ୟ । ତେବେ ଏଠାରେ ପ୍ରଶ୍ନ ଉଠେ ଏମସିଏଲ ପକ୍ଷରୁ ବିଭିନ୍ନ ଖଣିପାଇଁ ହଜାର ହଜାର ଏକର ଜଙ୍ଗଲଜମି, ଚାଷଜମି, ଘରଡିହ, ବାସଗୃହ ଇତ୍ୟାଦି ଦେଶର ସ୍ୱାର୍ଥପାଇଁ ଏଠିକାର ଜନସାଧାରଣ ଉସôର୍ଗୀକୃତଭାବେ ପ୍ରଦାନ କରୁଥିବା ବେଳେ ସେମାନଙ୍କର ସମସ୍ୟା ଗୁଡିକ ପ୍ରତି ଯଦି ଏମସିଏଲ ନଜର ଦିଅନ୍ତେ ତେବେ ଖଣି ଗୁଡିକରେ ଆନେ୍ଦାଳନ ହୁଅନ୍ତା ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଏହା ପ୍ରକାଶ ପାଇଛି । କ୍ଷତିଗ୍ରସ୍ତ ପ୍ରଜାଙ୍କ ଉଚିତ୍ କ୍ଷତିପୂଣଣ ରାଶି, ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ଏବଂ ପ୍ରଭାବିତ ଅଂଚଳବାସୀଙ୍କ ମୌଳିକ ଅଧିକାର ଇତ୍ୟାଦି ସମସ୍ୟାକୁ ନେଇ ଆନେ୍ଦାଳନର ଜାରିି ରହିଛି । ଏବେ ଏସମା ଲାଗୁ ହେଲା ପରେ ବିସ୍ଥାପିତ ଓ ପ୍ରଭାବିତ ଅଂଚଳବାସୀଙ୍କ ମହଲରେ ନୈରାଶ୍ୟଜନକ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖାଦେଇଛି ।