ଶିଳ୍ପାଞ୍ଚଳରେ ଶ୍ରମିକଙ୍କୁ ମିଳୁନି ସର୍ବନିମ୍ନ ମଜୁରୀ
ାା ପ୍ରଭାନୁ୍ୟଜ ।ା ତାଳଚେର: ତାଳଚେର ଶିଳ୍ପାଞ୍ଚଳରେ ସ୍ଥାନୀୟ ନିଯୁକ୍ତିକୁ ନେଇ ହୋଇ ଆସୁଥିବା ଦାବି ଆନେ୍ଦାଳନ ଆଦି ଗତ ୩୦ବର୍ଷ ହେବ ନରମି ଯିବା ଫଳରେ ବେକାର ଯୁବକଯୁବତୀଙ୍କ ନିଯୁକ୍ତି ଆଶା ମଉଳିଯାଉଛି । ଯେଉଁମାନଙ୍କୁ ନିଯୁକ୍ତି ମିଳୁଛି, ସେମାନଙ୍କୁ ସରକାରଙ୍କ ଧାର୍ଯ୍ୟ ମଜୁରୀ ମିଳୁନାହିଁ ବୋଲି ଅଭିଯୋଗ ହେଉଛି । ଦୀର୍ଘଦିନ ହେବ ଏଠାରୁ ପ୍ରତିନିଧିତ୍ୱ କରୁଥିବା ନେତାଙ୍କ ଠାରୁ ଯୁବବର୍ଗ ଦୂରେଇ ଯିବା ଏହାର କାରଣ ସାଜିଛି । ରାଜ୍ୟରେ ଦ୍ରୁତ ବିକାଶ ଆଳରେ ରାଜ୍ୟ ସରକାର ତଥା କେନ୍ଦ୍ର ସରକାର ଶିଳ୍ପାୟନ ପ୍ରତି ଗୁରୁତ୍ୱାରୋପ କରୁଛନ୍ତି । ତାଳଚେର ଭଳି ଏକ ଅଞ୍ଚଳରେ ୧୦ଟି କୋଇଲା ଖଣି ସମେତ ଏନଟିପିସି, ଟିଟିପିଏସ୍, ଏଫସିଆଇ, ହେଭିୱାଟର ପ୍ଲାଣ୍ଟ୍, ୪ଟି କୋଲୱାସେରୀ ପ୍ଲାଣ୍ଟ୍ ଭଳି ରାଷ୍ଟ୍ରଉଦ୍ୟେଗୀ ସଂସ୍ଥା ସମେତ ଛୋଟବଡ଼ ଅନେକ ଶିଳ୍ପ ଏଠାରେ ମୁଣ୍ଡ ଟେକିଛି । ଯେଉଁ ପରିମାଣରେ ଶିଳ୍ପ ଓ କୋଇଲା ଖଣି ଏଠାରେ ଗଢ଼ି ଉଠିଛି ଯଦି ବିଚାରକୁ ନିଆଯାଏ, ତେବେ ବେକାରୀ ସମସ୍ୟା ଏଠାରେ ଆଦୌ ରହିବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏଠିକାର ବାସିନ୍ଦା ଦେଶ ଓ ରାଜ୍ୟର ସ୍ୱାର୍ଥପାଇଁ ପ୍ରଗତିର ବିକାଶକୁ ନେଇ ଶାଗମାଛ ଦରରେ ସର୍ବସ୍ୱ ଟେକି ଦେଉଥିବାବେଳେ ସେମାନେ କେବଳ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ପାଇଁ ପରବର୍ତ୍ତୀ ସମୟରେ ପ୍ରତାରଣ ଶିକାର ହୋଇଥାନ୍ତି ବୋଲି ଖଣି କ୍ଷତିଗ୍ରସ୍ତ ଓ ପ୍ରଭାବିତ ଅଞ୍ଚଳବାସୀ ଏହା ପ୍ରକାଶ କରିଛନ୍ତି । କୋଇଲା ଖଣି ଗୁଡ଼ିକରେ ଠିକା କମ୍ପାନୀ ଓ ଠିକାଦାରମାନେ କୁଶଳୀ, ଅଣକୁଶଳ, ଅର୍ଦ୍ଧକୁଶଳୀ ଶ୍ରମିକମାନଙ୍କୁ ବତ୍ତମାନ ମଧ୍ୟ ୪ହଜାର ଟଙ୍କାରୁ ୧୦ଟଙ୍କା ଦରମା ଦେଇ ସେମାନଙ୍କୁ ଅଧିକ ସମୟ ଖଟାଇ ସେମାନେ ମାଲମାଲ ହେଉଥିବା ବେଳେ ଶ୍ରମିକମାନେ ସର୍ବହରା ହୋଇ କାଳତିପାତ କରୁଥିବା ଅଭିଯୋଗ ହେଉଛି । ଏତିକି ନୁହେଁ ସମ୍ପୃକ୍ତ କମ୍ପାନୀ ଓ ଠିକାଦାରମାନେ ସେହି ଶ୍ରମିକମାନଙ୍କର ସୁରକ୍ଷା ନିମନ୍ତେ କୌଣସି ବ୍ୟବସ୍ଥା କରୁନଥିବା ଶ୍ରମିକମାନେ ଏହା ଅଭିଯୋଗ କରୁଛନ୍ତି । କୋଇଲା ଖଣି ଓ ଶିଳ୍ପାଞ୍ଚଳରେ ଠିକାସଂସ୍ଥା ଗୁଡ଼ିକ ଜରିଆରେ ଅଧିକାଂଶ ନିଯୁକ୍ତି ମିଳୁଛି । ଏଥିରେ ବିଶେଷ କରି ଅଣଓଡ଼ିଆ ଠିକାସଂସ୍ଥାର ପ୍ରଧାନ୍ୟ ରହିଥିବା ଦେଖିବାକୁ ମିଳିଛି । ଠିକାସଂସ୍ଥା ଗୁଡ଼ିକୁ ନିୟୋଜନ କରୁଥିବା କେତେ ଅଣଓଡ଼ିଆ ଅଧିକାରୀ ମାଲାମାଲ ହେଉଥିବା ବେଳେ ଅଣଓଡ଼ିଆ ଅଧିକାରୀ ଓ ଠିକାସସ୍ଥା ହାତରେ ବନ୍ଧା ହୋଇପଡ଼ିବା ଯୋଗୁଁ ନିଷ୍ପେଷିତ ହେଉଛନ୍ତି ଅଞ୍ଚଳବାସୀ । କୁଆଡ଼େ ମୋଟା ଅଙ୍କର ଲାଞ୍ଚ ଦେଇ ଅଣଓଡ଼ିଆ ସଂସ୍ଥା ଗୁଡ଼ିକ ସହଜରେ ବଡ଼ବଡ଼ କାମ ନେଇ ଓଡ଼ିଆ ଶ୍ରମିକଙ୍କ ପାଇଁ ଧାର୍ଯ୍ୟ ମଜୁରୀରୁ ସିଂହଭାଗ ଅର୍ଥ ରଖୁଥିବା ଅଭିଯୋଗ ହେଉଛି । ନିକଟରେ ରାଜ୍ୟ ସରକାର ସର୍ବନିମ୍ନ ମଜୁରୀ ଧାର୍ଯ୍ୟ କରିଛନ୍ତି । ଏଥିରେ ଅଣକୁଶଳୀ ୪୫୨ଟଙ୍କା, ଅର୍ଦ୍ଧ କୁଶଳୀ ୫୫୨ଟଙ୍କା, ଉଚ୍ଚକୁଶଳୀ ମଜୁରୀ ୬୦୨ଟଙ୍କାକୁ ବୃଦ୍ଧି କରାଯାଇଛି । କିନ୍ତୁ ଶିଳ୍ପସଂସ୍ତା ଗୁଡ଼ିକରେ ସର୍ବନିମ୍ନ ଘୋଷିତ ମଜୁରୀକୁ ପ୍ରାୟ ଅଣଓଡ଼ିଆ ସଂସ୍ଥା ଗୁଡ଼ିକ ମାନୁନାହାନ୍ତି । ତେବେ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।