ସୋ’ରୁମରେ କର୍ମଚାରୀଙ୍କୁ ଆକ୍ରମଣ, ଅଭିଯୁକ୍ତ ଗିରଫ

 ବାରଙ୍ଗ:  ଭୁବନେଶ୍ୱର ଉପକଣ୍ଠ ମଳିପଡ଼ା ନିକଟ ଗୋଠପାଟଣା ନିକଟ ଜ୍ୟୋତି ଗାଡ଼ି ଶୋ’ରୁମ୍ରେ ମାରାଣତ୍ମକ ଆକ୍ରମଣରେ ଜଣେ କର୍ମଚାରୀ ଗୁରୁତର ହୋଇଥିବା ଅଭିଯୋଗରେ ଚନ୍ଦକା ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । ପ୍ରକାଶ ଯେ, ଜ୍ୟୋତି ମଟରର ଜଣେ କର୍ମଚାରୀ ଅଚୁ୍ୟତ ପ୍ରଧାନ (୩୦) ନୟାଗଡ଼ ଓଡ଼ଗାଁର ସୋମ୍ୟରଞ୍ଜନ ଦାସ (୨୫)ÿ ଅଚୁ୍ୟତକୁ କିଛି ଟଙ୍କା କରଜ ଦେଇଥିଲେ । ସେହି ଟଙ୍କାକୁ ନେଇ ବାରମ୍ବାର ଅଚୁ୍ୟତ ଓ ସୌମ୍ୟଙ୍କ ମଧ୍ୟରେ ପାଟିତୁଣ୍ଡ ହୁଏ  । ଆଜି ସକାଳେ ସୋମ୍ୟ ତାଙ୍କ କରଜ ପଇସା ମାଗିବାରୁ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ସୋମ୍ୟ ଏକ ଇଟା ଦ୍ୱାରା ଅଚୁ୍ୟତଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ  । ଯାହା ଫଳରେ ଅଚୁ୍ୟତଙ୍କ ମୁଣ୍ଡ ଫାଟି ରକ୍ତାକ୍ତ ହୋଇଥିଲେ । ଜ୍ୟୋତି ମଟରର କର୍ମଚାରୀ ରଶ୍ମି ରଞ୍ଜନ ସେଠୀ ଚନ୍ଦକା ଥାନାରେ ଜଣାଇଥିଲେ  । ଅଭିଯୋଗ ପତ୍ର ଦେବା ସହ ଆକ୍ରମଣକାରୀ ସୋମ୍ୟକୁ ଅଟକ ରଖିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି  ।