କାଉଡ଼ିଆଙ୍କ ପାଇଁ ସେବା ଶିବିର
ନୂଆପଡା : ପବିତ୍ର ଶ୍ରାବଣ ମାସରେ ବୋଲବମ ଭକ୍ତ ମାନଙ୍କ ସହଯୋଗ ନିମନ୍ତେ ସିନାପାଲି ଯୁଗେନପଦର ଠାରେ କାୱାରୀୟା ଶିବିରର ଆୟୋଜନ କରାଯାଇଛି । ସ୍ଥାନୀୟ ମାରୱାଡ଼ି ଯୁବା ମଞ୍ଚ ଓ ଅଗ୍ରସେନ ଭବନ କମିଟି ଏହି ଶିବିରର ପରିଚାଳନା କରୁଥିବାବେଳେ ଏହି ମାସର ପ୍ରତ୍ୟେକ ଶନିବାର ଓ ରବିବାର ବିଭିନ୍ନ ସ୍ଥାନରୁ ଆସୁଥିବା ବୋଲବମ ଭକ୍ତଙ୍କ ପାଇଁ ଅନ୍ନଭୋଗ ଓ ରହଣୀ ବ୍ୟବସ୍ଥା କରାଯାଇଥାଏ । ସମାଜସେବୀ ନାନକ ଚନ୍ଦ ଅଗ୍ରୱାଲଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରର ପରିଚାଳନାରେ ରାଜେଶ ଅଗ୍ରୱାଲ, ହରିଓମ୍ ଜିନ୍ଦଲ,ହୀରାଲାଲ ଅଗ୍ରୱାଲ, ଗଣେଶ କୁମାର ଅଗ୍ରୱାଲ, ରାଜେଶ୍ କୁମାର ଅଗ୍ରୱାଲ, ଦିନେଶ କୁମାର ଅଗ୍ରୱାଲ ପ୍ରମୁଖ ସହଯୋଗ କରୁଛନ୍ତି । ଶିବିରରେ ପ୍ରେସ୍ କ୍ଲବ ସଭାପତି ଅଜିତ କୁମାର ଯୋଷୀ, ସମାଜସେବୀ ଲମ୍ବୋଧର ମାଝୀ, ଦିଲୀପ କୁମାର ସେଠୀ, ମହେଶ୍ୱର ମେହେର, ମଧୁ କୁମାର ପାତ୍ର ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏଭଳି ଆୟୋଜନକୁ ଅଞ୍ଚଳରେ ପ୍ରଶଂସା କରାଯାଇଛି ।