ଯାତ୍ରା କମିଟି ସଂଘର କାର୍ଯ୍ୟକାରିଣୀ ବୈଠକ : ସଂଘ ଦାବି ନ ମାନିଲେ କାର୍ଯ୍ୟାନୁଷ୍ଠାନ
କେନ୍ଦ୍ରାପଡ଼ା : ଯାତ୍ରା ପାର୍ଟିମାଲିକମାନେ ଜିଲ୍ଲା ଯାତ୍ରା କମିଟି ସଂଘର ଦାବି ନ ମାନିଲେ ଆଗାମୀ ଦିନରେ ସଂଘ ବିକଳ୍ପ କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି କେନ୍ଦ୍ରାପଡା ଜିଲ୍ଲା ଯାତ୍ରା କମିଟି ସଂଘର କାର୍ଯ୍ୟକାରିଣୀ ବୈଠକରେ ସଂଘର କାର୍ଯ୍ୟକର୍ତ୍ତାମାନେ ମତବ୍ୟକ୍ତ କରିଛନ୍ତି । କେନ୍ଦ୍ରାପଡା ସହର ଉପକଣ୍ଠରେ ଥିବା ଚଣ୍ଡିଆ ପ୍ୟାଲେସରେ ଆୟୋଜିତ କାର୍ଯ୍ୟକାରିଣୀ ବୈଠକରେ ସଂଘର ସଭାପତି ମିହିର ସାମଲ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ଡଃ ଅଜୟ କୁମାର ରାଉତ, ମୁଖ୍ୟବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ଶିବାଶିଷ ମହାନ୍ତି ଯୋଗ ଦେଇଥିଲେ । ଚଳିତ ବର୍ଷ ପ୍ରତ୍ୟେକ ବ୍ଲକ କମିଟି ପୁନଃର୍ଗଠନ କରାଯାଇଥିବାବେଳେ ସଂଘର ସମ୍ପାଦକ ବୈକୁଣ୍ଠନାଥ ପରିଡା ନୂତନ କାର୍ଯ୍ୟକର୍ତ୍ତାମାନଙ୍କୁ ସ୍ୱାଗତ କରିବା ସହ ପରିଚୟ ପତ୍ର ପ୍ରଦାନ କରି ସଂଘକୁ ସୁଦୃଢ କରିବା ସହ ପ୍ରତ୍ୟେକ ବ୍ଲକରେ ଥିବା ଯାତ୍ରାକମିଟିମାନଙ୍କୁ ଆବଶ୍ୟକ ଜିଲ୍ଲା ସଂଘ ଓ ବ୍ଲକ ସଂଘ ପକ୍ଷରୁ ପ୍ରଶାସନିକ ସ୍ତରଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବାକୁ ଘୋଷଣା କରିଥିଲେ । ବିଶେଷ କରି ଯାତ୍ରା ପାର୍ଟିମାଲିକମାନେ ମନମାନୀ କରି ଦରବୃଦ୍ଧି ସହିତ ଅନ୍ୟାନ୍ୟ ସମସ୍ତ ଖର୍ଚ୍ଚ ଯାତ୍ରାକମିଟି ଉପରେ ଲଦି ଦେବାରୁ କମିଟିମାନେ ଟିକେଟ୍ ଦର ବୃଦ୍ଧି କରିବାକୁ ବାଧ୍ୟ ହେଉଛନ୍ତି । ପାରମ୍ପରିକ ଯାତ୍ରା ଓ ମେଳା ଆଦି ପରିଚାଳନା କରୁଥିବା କମିଟିମାନେ ଯାତ୍ରା ପାର୍ଟୀ ନେବାକୁ ପଛଘୁଂଚା ଦେଲେଣି ବୋଲି୍ ବିଭିନ୍ନ ବ୍ଲକର କାର୍ଯ୍ୟକର୍ତ୍ତାମାନେ ମତପ୍ରକାଶ କରିଥିଲେ । କାର୍ଯ୍ୟକାରିଣୀ ସଦସ୍ୟ ବିରେନ୍ଦ୍ର ନାଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବାବେଳେ ଜିଲ୍ଲା ସଂଘ କୋଷାଧ୍ୟକ୍ଷ ଗଣେଶ ପଟ୍ଟନାୟକ, ଜିଲ୍ଲା ଉପସଭାପତି ମହେଶ୍ୱର ସେଠୀ, ଜିଲ୍ଲା ସଂଯୋଜକ ସମୀର ବାରିକ, ସହସମ୍ପାଦକ ସଂଗ୍ରାମ କେଶରୀ ମହାପାତ୍ର, ପ୍ରଦୀପ୍ତ କୁମାର ମଲ୍ଲିକ, ଅଦୈତ ପ୍ରସାଦ ଲେଙ୍କା, ବିଜୟ କୁମାର ସାମଲ, କିଶୋର ଜେନା, ଗଣେଶ ଚନ୍ଦ୍ର ଦାସ, ଦେବାନନ୍ଦ ପରିଡା, ପ୍ରତାପ ଚନ୍ଦ୍ର ପରିଡା, କବିର ଦାସ, ନିରାକାର ପ୍ରଧାନ, ବିରେନ କୁମାର ଦାସ, କୁଶଦେବ ନାୟକ, କୈଳାସ ଚନ୍ଦ୍ର ସାହାଣୀ, ମନୋଜ କୁମାର ପାତ୍ର, ବୀରବର ପଣ୍ଡା, ବିବେକା ନନ୍ଦ ସାହୁ, ନିହାର କା" ରାଉତ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।