ଗଞ୍ଜେଇ ଜବତ, ଜଣେ ଗିରଫ
ନୂଆପଡା : ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକଲା ଗ୍ରାମରୁ ଖଡ଼ିଆଳ ପୁଲିସ ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଥିବା ନେଇ ଥାନାଧିକାରୀ ଦିଲ୍ଲିପ ସାହୁ ସୂଚନା ଦେଇଛନ୍ତି । ବିଶ୍ୱସ୍ତ ସୂତ୍ରରୁ ଖଡ଼ିଆଳ ପୁଲିସ ଖବର ପାଇ ତୁକଲା ଗ୍ରାମର ଶଙ୍କର ମେହେର ଓରଫ ବୁଡୁଙ୍କ ଘରେ ଚଢାଉ କରି ଗଞ୍ଜେଇ ଜବତ କରିଛନ୍ତି । ଗଞ୍ଜେଇର ଓଜନ ୨କେଜି ୭୧୧ ଗ୍ରାମ ହୋଇଥିବା ବେଳେ ଶଙ୍କର ମେହେର ଓରଫ ବୁଡୁଙ୍କୁ ଖଡ଼ିଆଳ ଥାନାରେ ଅଟକ ରଖାଯାଇଥିବା ନେଇ ଥାନାଧିକାରୀ ସୂଚନା ଦେଇଛନ୍ତି ।