ପରିବା ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପୋଲସରା ସହର ଗୋପବନ୍ଧୁ ହାଇସ୍କୁଲ ଛକ ନିକଟ ପରିବା ଦୋକାନରେ ବସିଥିବା ଜଣେ ଦୋକାନୀକୁ ଧାରୁଆ ଅସ୍ତ୍ରରେ ସଂଘବଦ୍ଧ ଆକ୍ରମଣ ହୋଇଛି । ତିନିରୁ ଊଦ୍ଧ୍ୱର୍ ମୁଖା ପିନ୍ଧା ଦୁର୍ବୃତ୍ତ ଆସି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଆକ୍ରମଣରେ ଗୁଡ଼ୁ ସାହୁ ନାମକ ଯୁବକ ଗୁରୁତର ହୋଇଥିବା ବେଳେ ତାଙ୍କୁ ପ୍ରଥମେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଆହତ ଯୁବକ ଜଣଙ୍କ ପୂର୍ବରୁ ମଦ ଦୋକାନରେ କାମ କରୁଥିଲେ । ଏବଂ ତାଙ୍କ ନାମରେ ରହିଛି ଥାନାରେ ଅନେକ ମାମଲା । କ୍ଷମତା ଓ ନିଜ ଅଞ୍ଚଳରେ ପତିଆରା ଯାହିର କରିବା ଲାଗି ରହିଥିବା ପୂର୍ବ ଶତ୍ରୁତା ଯୋଗୁଁ ଏହି ସଂଘବଦ୍ଧ ଆକ୍ରମଣ ହୋଇଥିବା କୁହାଯାଉଛି । ତେବେ ଆକ୍ରମଣର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବାବେଳେ କିଏ ଓ କାହିଁକି ଗୁଡ଼ୁଙ୍କୁ ଆକ୍ରମଣ କଲା ତାହାର ତଦନ୍ତ କରୁଛି ପୁଲିସ । ଗଞ୍ଜାମ ଜିଲ୍ଲାରେ ନୂତନ ସରକାର ଆସିବା ପରେ ଅପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ମାଫିଆମାନଙ୍କ ପ୍ରତି ନେତାଙ୍କ ଆଶୀର୍ବାଦ ଥିବା ଯୋଗୁଁ ଆଜି ଗଞ୍ଜାମ ଜିଲ୍ଲାରେ ଏଭଳି ପରିସ୍ଥିତି ଉପୁଜିଥିବା ଚର୍ଚ୍ଚା ହେଉଛି । ତେଣୁ ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।