ବିଜେପିର ସାଂଗଠନିକ ବୈଠକ
ଧର୍ମଶାଳା : ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଆହ୍ୱାନକ୍ରମେ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତରେ ବିଜେପିର ସଙ୍ଗଠନକୁ ତୃଣମୁଳ ସ୍ତରରୁ ମଜବୁତ କରିବାକୁ ଛାମୁଆ ନେତାମାନେ ପଞ୍ଚାୟତ ସ୍ତରରେ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି ।
ଏହିକ୍ରମରେ ନିର୍ବାଚନମଣ୍ଡଳୀର ଚୋରମୁହାଁ ପଞ୍ଚାୟତରେ ବିଜେପି କର୍ମୀମାନଙ୍କୁ ନେଇ ସାଙ୍ଗଠନିକ ବୈଠକ ଚୋରମୁହାଁ ଗ୍ରାମ ହାଟପଡିଆସ୍ଥିତ ମାଉସୀମା ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ବିଜେପିର ସଙ୍ଗଠନକୁ ତୃଣମୁଳ ସ୍ତରରେ ମଜବୁତ କରିବା ସହିତ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇ କିଭଳି କାର୍ଯ୍ୟ କରାଯାଇ ପାରିବ ସେ ନେଇ କର୍ମୀମାନଙ୍କୁ ପରାମର୍ଶ ଦିଆଯାଇଥିଲା । ମଣ୍ଡଳ ସଭାପତି ଦେବଦତ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପ୍ରଭାରୀ ସୁଶାନ୍ତ ଜେନା, ସହ ପ୍ରଭାରୀ ଗୁରୁଚରଣ ସେଠୀ, ଯୁବ ସଙ୍ଗଠକ ରାଜେଶ ପାଳ, ଆଲୋକ ଲେଙ୍କା, ଚନ୍ଦ୍ରମଣି ପଣ୍ଡିତ, ଟିଟୁଆ ପରିଡା, ସମିତି ସଭ୍ୟ ପ୍ରିୟବ୍ରତ ପ୍ରଧାନ, ନିର୍ମଳ ପ୍ରଧାନ, ମଦନ ମୋହନ ନାୟକ, ନାରାୟଣ ମଲିକ, ପ୍ରମୋଦ ନାୟକ, ସୁର୍ଯ୍ୟକାନ୍ତ ରାଉତ, ପ୍ରମୋଦ ରାଉତ, ମାନସ ନାଥ, ରମେଶ ଦେବତା, ସୁଶାନ୍ତ ବେହେରା, ଦୁଃଶାସନ ମହାନ୍ତି, ଗଙ୍ଗାଧର ମହାରଣା, ପରମେଶ୍ୱର ପଣ୍ଡା, ସେକ ଅଜଗର, ସେକ ସନାଉଲ୍ଲା, ସେକ ରାଜା, ଉଦୟ ପାଳ ପ୍ରମୁଖ ଶତାଧିକ କର୍ମୀ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜର ମତ ରଖିଥିଲେ ।