ଗୀତାରାଣୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର 

 ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରୀଗୁଡ଼ା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷୟିତ୍ରୀ ଗୀତାରାଣୀ ଦାଶଙ୍କୁ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ମିଳିଛି । ୨୦୨୫ଶିକ୍ଷା ବର୍ଷ ପାଇଁ କଳା ବିଭାଗରୁ ଇଂରାଜୀ ବିଷୟରେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ କରିଛନ୍ତି । ସମଗ୍ର ନବରଙ୍ଗପୁର ଜିଲ୍ଲାରୁ ଜଣେ ମାତ୍ର ଶିକ୍ଷୟିତ୍ରୀ ମନୋନୀତ ହୋଇଥିଲେ । ଗୁରୁ ଦିବସ ଅବସରରେ ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିକ୍ଷୟିତ୍ରୀ ଗୀତାରାଣୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହି ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ଥିଲେ । ଶିକ୍ଷୟିତ୍ରୀ ଗୀତାରାଣୀ ଏହି ସଫଳତା ପାଇଁ ନିଜ ବାପାଙ୍କ ଆଦର୍ଶ ଶିକ୍ଷା ବୃତ୍ତିର  ପ୍ରେରଣା, ମା’ଙ୍କ ଠାରୁ ପାଇଥିବା କର୍ତ୍ତବ୍ୟ ନିଷ୍ଠାର ସଂସ୍କାର, ସ୍ୱାମୀଙ୍କ ସହଯୋଗ, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁଙ୍କ ପ୍ରେରଣା, ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ମହାପାତ୍ରଙ୍କ ସହଯୋଗ, ନିଜ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀଶିକ୍ଷକ ଓ ଛାତ୍ରୀଛାତ୍ରଙ୍କୁ ଶ୍ରେୟ ଦେଇଛନ୍ତି ।