ପ୍ରହ୍ଲାଦ ବ୍ଲକ କଂଗ୍ରେସ ସଭାପତି

ତେନ୍ତୁଳିଖୁଣ୍ଟି : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରେସ ସଭାପତି ଭାବେ ପ୍ରହଲ୍ଲାଦ ହିଆଲଙ୍କୁ ନିଯୁକ୍ତି ମିଳିଛି । ଏହି ଖବର ପ୍ରକାଶିତ ହେବା ପରେ ବ୍ଲକ କଂଗ୍ରେସ କର୍ମକର୍ତ୍ତାଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି । ଗତ ଶୁକ୍ରବାର ପୂଜାରୀଗୁଡା ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ଏଆଇସିସି ନିଦେ୍ର୍ଦଶକ୍ରମେ ନିର୍ବାଚନ ପର୍ଯ୍ୟବେକ୍ଷକ ଜିତେନ୍ କୁସୁମ ଟେଡେ, ପିସିସି ପର୍ଯ୍ୟବେକ୍ଷକ କୃଷ୍ଣଚନ୍ଦ୍ର କୁଲଦୀପ, ଦ୍ରୌପଦୀ ମାଝୀ ଆସି ଜିଲ୍ଲା ସଭାପତିଙ୍କ ସହିତ ବ୍ଲକ ସଭାପତିଙ୍କ ନିର୍ବାଚନ ପାଇଁ ସଂଗଠନ ସୃଜନ ମତାମତ ଗ୍ରହଣ କରିଥିଲେ । ଫଳସ୍ୱରୂପ ଆଜି ପ୍ରହଲ୍ଲାଦ ହିଆଲଙ୍କ ନାମ ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରେସ ସଭାପତି ରୂପେ ଘୋଷଣା ହୋଇଛି । ଆଗକୁ ଜିଲ୍ଲା କଂଗ୍ରେସ ସଭାପତିଙ୍କ ନାମ ଘୋଷଣା ହେବ ବୋଲି ବରିଷ୍ଠ କଂଗ୍ରେସ ନେତା ଭୀମସେନ ପାଣିଗ୍ରାହୀ ସୂଚନା ଦେଇ ପ୍ରଥମେ  ହିଆଲଙ୍କୁ ସ୍ୱାଗତ କରି ପୁନର୍ବାର ସଭାପତି ବାଛିଥିବାରୁ ପର୍ଯ୍ୟବେକ୍ଷକ ଓ ସମସ୍ତ କଂଗ୍ରେସ କର୍ମୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହାସହ ବରିଷ୍ଠ କଂଗ୍ରେସ ନେତ୍ରୀ ପି ନାଗ ରନôମ୍ମା, କଂଗ୍ରେସ ନେତା ବସନ୍ତ ପାଣିଗ୍ରାହୀ, କିଶୋର ସିଂ, ବିଶ୍ୱନାଥ ସିଂ, କୁମର ପୂଜାରୀ, ଶଙ୍କର ନାୟକ, ଅଜୟ ହିଆଲ, ସୁନୀଲ ସିଂ, କୃଷ୍ଣଚନ୍ଦ୍ର କର୍କରାଙ୍କ ସହିତ ସମସ୍ତ କଂଗ୍ରେସ କର୍ମୀ ସ୍ୱାଗତ ଜଣାଇଛନ୍ତି ।