୧ ମିନିଟ ବି ଚାଲିଲାନି ଗୃହ: ୧୨ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଆଜି ତୃତୀୟ ଦିନ । ତେବେ ଆଜି ତୃତୀୟ ଦିନ ଆରମ୍ଭରେ ୧ ମିନିଟ ବି ଗୃହ ଚାଲିପାରିଲାନି । ବିଧାନସଭା ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ୧୨ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ଗୃହ ଆରମ୍ଭ ହେଉ ହେଉ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପ୍ରବଳ ହଟ୍ଟଗୋଳ କରିଥିଲେ । ଚାଷୀ ସମସ୍ୟାକୁ ନେଇ ଉଭୟ ବିରୋଧୀ ସଦସ୍ୟ ହୋହାଲ୍ଲା କରିବାରୁ ବାଚସ୍ପତି ଗୃହକୁ ୧୨ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ଆଜି ମହିଳା, ଶିଶୁ ବିକାଶ , ନିର୍ମାଣ , ପର୍ୟ୍ୟଟନ, ମିଶନ ଶକ୍ତି , ଅବକାରୀ, ଆଇନ ବିଭାଗର ପ୍ରଶ୍ନକାଳ ରହିଛି। ଶୂନ୍ୟକାଳରେ ଧାନର କଟନୀଛଟନୀ , ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇପାରନ୍ତି ବିରୋଧୀ। ଏହାପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ।