ସାମ୍ନାସାମ୍ନି ରଖନ୍ତୁନି ଦର୍ପଣ, ନହେଲେ ଏମିତି ଭୋଗିବେ
mirror
ବାସ୍ତୁଶାସ୍ତ୍ର ଅନୁଯାୟୀ, ଗୃହରେ ସୁଖ ଶାନ୍ତି ବଜାୟ ରଖିବା ପାଇଁ ଦର୍ପଣର ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେବେ ଘରର କେଉଁ ସ୍ଥାନରେ ଦର୍ପଣ ରଲେ କି ପ୍ରକାରର ଶୁଭଫଳ ମିଳିଥାଏ ଜାଣନ୍ତୁ ସେ ସମ୍ପର୍କରେ..
ଯେହେତୁ ଉତ୍ତର ଦିଗର ସ୍ୱାମୀ ହେଉଛନ୍ତି ଭଗବାନ କୁବେର ଏବଂ ପୂର୍ବ ଦିଗର ସ୍ୱାମୀ ଭଗବାନ ସୂର୍ଯ୍ୟ । ତେଣୁ ଏହି ଦୁଇ ଦିଗରେ ଦର୍ପଣ ଲଗାଇବା ଦୂର ହୋଇଥାଏ ।
କିନ୍ତୁ ଭୁଲରେ ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ଦର୍ପଣ ଲଗାଇବେ ନାହିଁ । କାରଣ ଦକ୍ଷିଣ ଦିଗର ସ୍ୱାମୀ ହେଲେ ପ୍ରଭୁ ଯମରାଜ ଏବଂ ପଶ୍ଚିମ ଦିଗର ଦେବତା ହେଲେ ଶନିଦେବ । ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି, ଯଦି ଏହି ଦୁଇ ଦିଗରେ ଦର୍ପଣ ଲଗାଯାଏ; ତା’ହେଲେ ଗୃହରେ ସର୍ବଦା ଅଶାଟି ଲାଗି ରହିଥାଏ । ସେହିପରି ଦର୍ପଣକୁ ସର୍ବଦା ସଫାସୁତୁରା ରଖିବା ଦରକାର । ତା'ସହିତ ଧ୍ୟାନ ଦେବେ ଦର୍ପଣରେ ଯେମିତି କୌଣସି ବିପଦପୂର୍ଣ୍ଣ ବସ୍ତୁ ବା ଅଶୁଭ ବସ୍ତୁର ପ୍ରତିଫଳନ ହେଉ ନଥିବ । ଯେମିତିକ: ଛୁରୀ, କିଛି ବି ମାରାଣାସ୍ତ୍ର, ଗ୍ୟାସ, ଡଷ୍ଟବିନ୍ ଅଳିଆ ଆବର୍ଜନା, ଖରାପ ହୋଇଯାଇଥିବା କୌଣସି ବସ୍ତୁ ଇତ୍ୟାଦି । କାରଣ ଏହାଦ୍ୱାରା ଗୃହରେ ନକାରାତ୍ମକ ଉଜ୍ଜା ଉତ୍ପନ୍ନ ହୋଇଥାଏ । ଅନ୍ୟପକ୍ଷେ ଦୁଇଟି ଦର୍ପଣଙ୍କୁ କେବେ ବି ସାମ୍ନାସାମ୍ନି ରଖିବେ ନାହିଁ । କାରଣ ଏହାଦ୍ୱାରା ପରିବାରରେ ସନ୍ଦେହର ବାତାବରଣ ସୃଷ୍ଟି ହୋଇଥାଏ ବୋଲି ବିଶ୍ୱାସ କରାଯାଏ ।